//BREAKING//
Loading...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

 


ଯୋଡ଼ା:(sangharsatv)୦୯/୧୦: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସଭାଗୃହରେ ଆଜି ସୋମବାର ସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ କୁସଲକର ନିତିନ ଡଗଡୁ , ପ୍ରକଳ୍ପ ନିର୍ଦେଶକ ଘାସିରାମ ମୁର୍ମୁ , ଚମ୍ପୁଆ ଉପ ଜିଲ୍ଲାପାଳ ସୁକାନ୍ତ ମାଝୀ,ଯୋଡ଼ା ବ୍ଲକ ଅଧକ୍ଷ କବିନ୍ଦ୍ର ନାଏକ ଓ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାର ଡାକ୍ତର ଦେବେନ ମାଝୀ ଯୋଗଦେଇଥିବା ବେଳେ  କାର୍ଯ୍ୟ ବ୍ୟସ୍ତତା ହେତୁ ଜିଲ୍ଲାପାଳ ଆଶିଷ ଠାକରେ ଯୋଗ ଦେଇ ପାରି ନଥିଲେ । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଯୋଡ଼ା ବ୍ଲକ ଅନ୍ତର୍ଗତ ୧୯ ଟି ପଞ୍ଚାୟତରୁ ଶତାଧିକ ଗ୍ରାମବାସୀ ୭୨ଟି ବିଭିନ୍ନ ଅଭିଯୋଗ ଲିଖିତ ଦେଇଥିବା ଜଣାପଡିଛି । ବିଶେଷକରି ଯୋଡ଼ା ଟ୍ରକ ମାଲିକ ସଂଘ ପକ୍ଷରୁ ଯୋଡ଼ା ମୁଖ୍ୟ ରାସ୍ତା ତଥା ୨ ନମ୍ବର ରାଜ୍ୟ ରାଜପଥ ବିଜୁ ପଟ୍ଟନାୟକ ହାଇୱ ଉପରେ ଚାଲୁ ରହିଥିବା ଓଭର ବ୍ରିଜ କାର୍ଯ୍ୟ ତ୍ୱରାନ୍ୱିତ କରି ଯଥାଶୀଘ୍ର ଉକ୍ତ ରାସ୍ତାଦେଇ ଭାରିଯାନ ଚଳାଚଳ ନିମନ୍ତେ ଅନୁମତି ପ୍ରଦାନ , ଯୋଡ଼ା ବିକାଶ ପରିଷଦ ପକ୍ଷରୁ ସହରରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟ ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଏଥିସହିତ ଯୋଡ଼ା ଖଣି ମଣ୍ଡଳରେ ଭଲ ଡାକ୍ତରଖାନା ଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଡ଼ା ସହର ମଧ୍ୟରେ କୁମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୂର୍ବ ଅପେକ୍ଷା ଏବେ ଅନେକ ମାତ୍ରାରେ କାର୍ଯ୍ୟକ୍ଷମ ହୋଇ ପାରିଛି । କିନ୍ତୁ ଗର୍ଭବତୀ ମହିଳା ମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଅଲ୍ଟ୍ରାସାଉଣ୍ଡ ମେସିନ ନଥିବାରୁ ମହିଳା ମାନଙ୍କୁ ଉନ୍ନତ ଚିକିତ୍ସା ମିଳି ପାରୁନାହିଁ । ରାତି ଅଧରେ ସୁଦୂର କେନ୍ଦୁଝର, କଟକ,ଭୁବନେଶ୍ୱର ରେଫର କରିବାକୁ ପଡୁଛି । ଫଳରେ ଅନେକ ସମୟରେ ଅଘଟଣ ଘଟି ମା ମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଏହି ସହର ମଧ୍ୟଦେଇ ପ୍ରତିଦିନ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକମାନଙ୍କର ହାତଗୋଡ଼ ଭାଙ୍ଗି ଯାଉଛି । ଏହାକୁ ନିରୀକ୍ଷଣ କରିବା ନିମନ୍ତେ ଉକ୍ତ ଡାକ୍ତରଖାନାରେ ଏକ୍ସରେ ମେସିନ ନଥିବାରୁ ଡାକ୍ତର ମାନଙ୍କ ପକ୍ଷରେ ସଠିକ ଜାଣିବା ସମ୍ଭବ ହୋଇ ପାରୁନାହିଁ । ଏହାକୁନେଇ ଯୋଡ଼ା ଅଂଚଳର କିଛି ସାମାଜିକ କର୍ମୀଙ୍କ ପକ୍ଷରୁ ଉପର ଲିଖିତ ସୁବିଧା ଯୋଗାଇ ଦେବାକୁ ଲିଖିତ ଜଣାଇଥିବା ଜଣାପଡିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe