ରେମୁଣା ବାଳଗୋପାଳପୁରସ୍ଥିତ ଇମାମି ପେପର ମିଲ୍ସ ପକ୍ଷରୁ ମହିଳାଙ୍କୁ ସାବଲମ୍ବୀ କରିବା ପାଇଁ ସିଲେଇ ୧୨ଟି ସିଲେଇ ମେସିନ ନୂତନ ଭାବେ ଗଠିତ ହେଇଥିବା ଜନନୀ ଏସଏସଜି ଗ୍ରୁପକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଇମାମି ନାଗର ସ୍ଥିତ ଜଗନ୍ନାଥ ମନ୍ଦିର ଆରତୀ ମଣ୍ଡପରେ ଆୟୋଜିତ ସଭାରେ ଇମାମିର ବରିଷ୍ଠ ସଭାପତି ଆଶିଷ ଅବିନାଶ ଗୁପ୍ତା, ସାଧାରଣ ପରିଚାଳକ ଡ. ୟୁସୁଫ ଅଲ୍ଲୀ ସୋଲାଙ୍କି, ଇମାମି ମହିଳା କ୍ଲବର ସଭାପତି ବନ୍ଦନା ଗୁପ୍ତା, ତାଲିମ କେନ୍ଦ୍ରର ପ୍ରଶିକ୍ଷକ ହୃଷିକେଶ ମିଶ୍ର, ମିଶନ ଶକ୍ତି ଜିଲା ସଂଯୋଜକ କାର୍ତିକ ଚନ୍ଦ୍ର ନାୟକ, ବ୍ଲକ ସଂଯୋଜିକା ବନ୍ଦିତା ବେହେରା, ପୂର୍ବତନ ସରପଂଚ ଦେବବ୍ରତ ମାଝୀ, ରେଣୁକା ବିଶ୍ଵାସ ଆଦି ଯୋଗଦେଇଥିଲେ । ଇମାମି ପକ୍ଷରୁ ମହିଳା ସଶକ୍ତିକରଣ ନିମନ୍ତେ ଏକବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ସିଲେଇ ତାଲିମ କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ୫୦ ଜଣ ମହିଳାଙ୍କୁ ତାଲିମ ପ୍ରଦାନ ସରିଛି । ଏବେ ତୃତୀୟ ପର୍ଯ୍ୟାୟରେ ଆଉ ୨୫ ଜଣ ମହିଳାଙ୍କୁ ତାଲିମ ଜାରିରହି ଅଛି ଉକ୍ତ ତାଲିମ କେନ୍ଦ୍ରର ସମସ୍ଥ ଖର୍ଚ ଇମାମି ପକ୍ଷରୁ ବହନ କରାଯାଇଥିବା ଜଣାପଡିଛି .
ସେହି ତାଲିମ କେନ୍ଦ୍ରରେ ତାଲିମ ପ୍ରାପ୍ତ ମହିଳାଙ୍କୁ ସାବଲମ୍ବୀ ହେବା ନିମନ୍ତେ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ମେସିନ ସାହାଯ୍ୟରେ ତାଲିମ ପ୍ରାପ୍ତ ହୋଇଥିବା ମହିଳାମାନେ ବିଭିନ୍ନ ବସ୍ତ୍ର ଋପକରଣ ଆଦି ତିଆରି କରିବା ପାଇଁ ଆନୁଷଙ୍ଗିକ କପଡ଼ା ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ମହିଳାମାନେ ଇମାମି କର୍ମଚାରୀ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପୋଷାକ ମଧ୍ୟ ତିଆରି କରିପାରିବେ । ଇମାମିର ଏଜିଏମ ତଥା ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ମଂଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ଡିଜିଏମ ଦେବବ୍ରତ ହୋତା, ମନ୍ଦିର ପ୍ରଶାସନିକ ଅଧିକାରୀ ନିଖିଳ ରଞ୍ଜନ ଦାସ ସାମନ୍ତରାୟ, ମାନବସମ୍ବଳ ବିଭାଗର ବିଚିତ୍ର ସ୍ଵାଇଁ, ଜିତେନ୍ଦ୍ର ଉପାଧ୍ୟାୟ, ଅକ୍ଷୟ କିଶୋର ଦାସ ଆଦି ସହଯୋଗ କରିଥିଲେ ।