//BREAKING//
Loading...

ନଭେମ୍ବର ୨୬ରେ ଟାଟା ଷ୍ଟିଲ୍ “ଯୋଡ଼ା ରନ୍‌-ଏ-ଥନ୍

 


 


ସବୁଜ ଭବିଷ୍ୟତ ପାଇଁ ଦୌଡ଼’, ପ୍ରତି ପ୍ରତିଯୋଗୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ ଟାଟା ଷ୍ଟିଲ 


 ତିନୋଟି ବିଭାଗରେ ଦୌଡ଼ିବେ ପ୍ରତିଯୋଗୀ; ପୁରସ୍କାର ରାଶି ୫.୬୭ ଲକ୍ଷ ଟଙ୍କା ୪୦୦୦ ପ୍ରତିଯୋଗୀ ଅଂଶଗ୍ରହଣ ଲକ୍ଷ୍ୟ ଧାର୍ଯ୍ୟ ଓଡିଶା ଆଥଲେଟିକ ଆସୋସିଏସନ ସହଭାଗୀତା ରେ କାର୍ଯ୍ୟକ୍ରମ ଆୟୋଜନ 

ଯୋଡା, ଅକ୍ଟୋବର ୧୭, / ୧୦: ଟାଟା ଷ୍ଟିଲ୍‌ରେ କ୍ରୀଡ଼ା ହେଉଛି ଜୀବନ ବଂଚିବାର ଏକ ମାଧ୍ୟମ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ାର ପ୍ରସାର ଲାଗି ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି ଏବଂ ସମସ୍ତଙ୍କ କଲ୍ୟାଣ କରିବା ସହିତ ଓ ଉତ୍ସାହିତ କରୁଛି ।

ଚଳିତ ବର୍ଷ ଟାଟା ଷ୍ଟିଲ୍ ପକ୍ଷରୁ “ସବୁଜ ଭବିଷ୍ୟତ ପାଇଁ ଦୌଡ଼’' ବିଷୟବସ୍ତୁ ଉପରେ ଆଧାରିତ “ଟାଟା ଷ୍ଟିଲ୍ ଯୋଡ଼ା ରନ୍‌-ଏ-ଥନ୍‌’କୁ ଉପସ୍ଥାପନ କରାଯାଉଛି । ଏହା ହେଉଛି ଯୋଡ଼ାରେ ଟାଟା ଷ୍ଟିଲ୍ ପକ୍ଷରୁ ରନ୍‌-ଏ-ଥନ୍‌ର ପ୍ରଥମ ସଂସ୍କରଣ । ଏଥିରେ ସାରାଦେଶରଧାବକଧାବିକାମାନେ ଏକ ସୁସ୍ଥକର ଓ ସବୁଜ ଭବିଷ୍ୟତ ପାଇଁ ସେମାନଙ୍କ ଦୌଡ ପ୍ରଦର୍ଶନ କରିବେ। ପରିବେଶ ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ଟାଟା ଷ୍ଟିଲ ପ୍ରତି ଟି ପ୍ରତିଯୋଗୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ସ୍ଥିର କରିଛି I 

ଯୋଡ଼ାର ସେଂଟ୍ରାଲ୍ ଖେଳପଡ଼ିଆରେ ୨୦୨୩ ନଭେମ୍ବର ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳାମାନଙ୍କ ଲାଗି ୧୦ କିମି ଓ ୭ କିମି ଦୌଡ଼ (୧୫ ବର୍ଷ କିମ୍ବା ତା’ଠାରୁ ଅଧିକ), ୧୬ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ୫ କିମି (୨୦୦୭ ନଭେମ୍ବର ୨୬ରୁ ୨୦୧୧ ନଭେମ୍ବର ୨୬ ମଧ୍ୟରେ ଜନ୍ମ ହୋଇଥିବେ) ଏବଂ ଦିବ୍ୟାଙ୍ଗମାନଙ୍କ ଲାଗି ୨ କିମି ଭଳି ବର୍ଗରେ ଦୌଡ଼ ଅନୁଷ୍ଠିତ ହେବ । ବିଭିନ୍ନ ବର୍ଗ ଦୌଡ଼ର ବିଜେତାମାନେ ମୋଟ ୫,୬୭,୦୦୦ ଟଙ୍କାର ପୁରସ୍କାର ଜିତିପାରିବେ ।ସାଧାରଣ ବର୍ଗରେ ୧୦ କିମି ଦୌଡ଼ରେ ଉଭୟ ଓ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୫୧,୦୦୦ ଟଙ୍କା, ୪୧,୦୦୦ ଟଙ୍କା ଓ ୩୧,୦୦୦ ଟଙ୍କା ଦିଆଯିବ । ସେହିପରି ୭ କିମି ଦୌଡ଼ ବର୍ଗରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫,୦୦୦ ଟଙ୍କା, ୨୦,୦୦୦ ଟଙ୍କା ଓ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ୫ କିମି ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା, ୮୦୦୦ ଟଙ୍କା ଓ ୭୦୦୦ ଟଙ୍କା ଦିଆଯିବ । ସେହିପରି, ସ୍ଥାନୀୟ ବର୍ଗରେ ୧୦ କିମି ଦୌଡ଼ରେ ଉଭୟ ଓ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୧,୦୦୦ ଟଙ୍କା, ୧୧,୦୦୦ ଟଙ୍କା ଓ ୭୫୦୦ ଟଙ୍କା ଦିଆଯିବ । ସେହିପରି ୭ କିମି ଦୌଡ଼ ବର୍ଗରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା, ୭,୫୦୦ ଟଙ୍କା ଓ ୫୦୦୦ ହଜାର ଟଙ୍କା ପ୍ରଦାନ କରାଯିବ । ୫ କିମି ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୬୦୦୦ ଟଙ୍କା, ୫୦୦୦ ଟଙ୍କା ଓ ୨୫୦୦ ଟଙ୍କା ଦିଆଯିବ । ଏହି ଦୌଡରେ ସର୍ବାଧିକ 4000 ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ I ଏହି ଦୌଡ଼ରେ ସାରା ଦେଶରୁ ଟାଟା ଷ୍ଟିଲ୍ ଅଂଶଗ୍ରହଣ ଆଶା କରୁଛି ଯେଉଁଠାରେ ପ୍ରତିଟି ଲୋକ ଏକ ସବୁଜ, ସୁସ୍ଥକର ଓ ସମୃଦ୍ଧ ଭବିଷ୍ୟତ ଲାଗି ଦୌଡ଼ିବେ ।ଯୋଡ଼ା ରନ୍‌-ଏ-ଥନ୍ ପାଇଁ ପଞ୍ଜୀକରଣ ଖୋଲା ରହିଛି ଓ ତାହା ୨୦୨୩ ନଭେମ୍ବର ୧୫ ରେ ବନ୍ଦ ହେବ । ଅନଲାଇନ୍ ପଞ୍ଜୀକରଣ ପାଇଁ ଲଗ୍ ଇନ୍ କରନ୍ତୁ  www.tatasteelruns.com 

ଯୋଡ଼ାର ଭିଟି କେନ୍ଦ୍ରରେ ଅକ୍ଟୋବର ୨୫ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଶନିବାର ଓ ରବିବାରକୁ ବାଦ ଦେଇ ଅନ୍ୟ ଦିନଗୁଡ଼ିକରେ ସକାଳ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିହେବ । ଅଫଲାଇନ୍ ପଞ୍ଜୀକରଣ ପାଇଁ ଯୋଡ଼ା ଅଂଚଳର ସ୍କୁଲ, କଲେଜ ଓ ଗ୍ରାମଗୁଡ଼ିକରେ ପଞ୍ଜୀକରଣ କିଓସ୍କ ରହିବ । ଟାଟା ଷ୍ଟିଲ୍ ପକ୍ଷରୁ କ୍ରୀଡ଼ାକୁ ଉତ୍ସାହିତ ଓ ସମର୍ଥନ କରିବା  ଏହାର ସଂସ୍କୃତିର ଏକ ଅଂଶ । ଭାରତୀୟ କ୍ରୀଡ଼ାର ଏକ ପ୍ରମୁଖ କର୍ପୋରେଟ୍ ପ୍ରସାରକ ହେଉଛି ଟାଟା ଷ୍ଟିଲ୍ ଯାହା ଫୁଲବଲ, ତୀରନ୍ଦାଜୀ, ଦୌଡ଼କୁଦ, ହକି ଓ ଆରୋହଣ କ୍ରୀଡ଼ା ପାଇଁ ଏକାଡେମି ଗଠନ କରିଛି । ଜାମସେଦପୁର ରନ୍‌-ଏ-ଥନ୍‌, ଟାଟା ଷ୍ଟିଲ୍ କୋଲକାତା ୨୫କେ ଦୌଡ଼, ଭୁବନେଶ୍ୱର ହାପ୍ ମାରାଥନ୍ ଏବଂ ନୂଆମୁଣ୍ଡି ରନ୍‌-ଏ-ଥନ୍ ଭଳି ଦୌଡ଼ ଜରିଆରେ କ୍ରୀଡ଼ା ମାଧ୍ୟମେରେ ଗୋଷ୍ଠୀ ସମୁଦାୟକୁ ଯୋଡ଼ି ବହୁ ବର୍ଷ ଧରି କଂପାନି ଫିଟ୍‌ନେସ୍‌ର ପ୍ରସାର କରୁଛି । ଚଳିତ ବର୍ଷ ଭୁବନେଶ୍ବର, ମେରାମଣ୍ଡଳୀ ଓ ରାଂଚିରେ ଦୌଡ଼ ଆୟୋଜନ କରିବାର ଯୋଜନା ରହିଛି ଓ ସେବିଷୟରେ ଆଗାମୀ ଦିନରେ ବିଧିବଦ୍ଧ ଘୋଷଣା କରାଯିବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe