//BREAKING//
Loading...

ବିଭିନ୍ନ ଶକ୍ତି ପୀଠ ରେ ଚନ୍ଦ୍ରଘଣ୍ଟା ନାମରେ ପୂଜନ

 


ଆସିକା17/10/23(sangharsatv)

ଆସିକା ର ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ଚନ୍ଦ୍ରଘଣ୍ଟା ନାମରେ ପୂଜା କରାଯାଉଛି l ଶାରଦୀୟ ନବରାତ୍ର ପୂଜା ଅବସରରେ ପ୍ରାତଃ ସମୟରୁ ଦେବୀଙ୍କ ମନ୍ଦିର ମାନଙ୍କ ରେ ଦ୍ୱାର ଫିଠା, ଅବକାଶ, ମଇଲମ, ମଙ୍ଗଳାଆରତୀ, ଅବକାଶ, ପୂଜକ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ବେଶ ରେ

 ସୁ ସୁସଜ୍ଜିତ କରିଥାନ୍ତି l ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗ୍ରହ ପୂଜା, ମାତୃପୂଜା, ସପ୍ତଚଣ୍ଡୀ ପାଠ, ଷୋଡଶ ପୂଜା, ପାଶ୍ୱ ଦେବତା ପୂଜନ, ନବଦୁର୍ଗା ପୂଜନ, ମାନସଉପଚାର ପୂଜା, ବାହ୍ୟ ପୀଠ ପୂଜନ, ଦେବୀ ପୀଠରେ ଶକ୍ତି ପୂଜନ, ରାଜ ଉପଚାର ପୂଜା, ଆବରଣ ପୂଜା, ଷୋଡଶ ଉପଚାର ପୂଜା, ଆରତୀ, ହବନ, ପୁଷ୍ପାଞ୍ଜଳି, ଆଦି ରୀତିନୀତି ଅନୁସାରେ ପୂଜନ କାର୍ଯ୍ୟ ସମାପନ ହୁଏ l ଆସିକା ଜନପଦର ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ, ଶୁଦ୍ର ଜାତି ର ଆବାଳବୃଦ୍ଧ ଠାରୁ ଆରମ୍ବ କରି ଶିଶୁ ମାନଙ୍କ ସୁସ୍ଥ ଆରୋଗ୍ୟ, ଧନ ସମ୍ପତି ପ୍ରାପ୍ତି, ଗୋ ସମ୍ପଦ, ଚାଷ, ବାଣିଜ୍ୟ ବୃଦ୍ଧି, ଅଂଚଳ ର ଶାନ୍ତି  ବିଧାନ କରି ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ରୀତିନୀତି ପୂଜା ଚାଲୁଚି l ଆସ୍କା ଦଣ୍ଡ କାଳୀ ମନ୍ଦିର, ତାଳୁକା ବୈଷ୍ଠମ୍ବୀ ଦେବୀ, ହାଟପଦା ଶ୍ୟାମାକାଳୀ ମନ୍ଦିର, ଖମ୍ବେଶ୍ବରୀ ପାଟଣା ରେ ବିଜେ ଖମ୍ବେଶ୍ବରୀ ମନ୍ଦିର, ବାସଷ୍ଟାଣ୍ଡ ଠାରେ ପୂଜା ପାଉଥିବା ମା ବୁଢ଼ୀ ଠାକୁରାଣୀ ମନ୍ଦିର, ବଜାର ସାହି ତ୍ରିବି୍ଧେଶ୍ୱର ମନ୍ଦିର ରେ ଥିବା ଦୁର୍ଗା ମନ୍ଦିର କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁଛି l ପୂଜା କମିଟି ପକ୍ଷରୁ ମନ୍ଦିର କୁ ସୁନ୍ଦର ଆଲୋକରେ ସୁ ସଜ୍ଜିତ କରାଯାଇଛି l ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ତା କଡାକଡି କରାଯାଇଛି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe