//BREAKING//
Loading...

ଗାନ୍ଧୀ ଜୟନ୍ତି ରେ ଦୁଇ ଛୁଆ ସହ ଶଶୁର ଘର ଆଗରେ ମହିଳାଙ୍କ ଧାରଣା

ଗାନ୍ଧୀ ଜୟନ୍ତି ରେ ଦୁଇ ଛୁଆ ସହ ଶଶୁର ଘର ଆଗରେ ମହିଳାଙ୍କ ଧାରଣା

ତାରିଖ 02/10/23
ଆସିକା ଥାନା ଅନ୍ତର୍ଗତ ସ୍ଥାନୀୟ ବ୍ଳକ କଲନିରେ ଜଣେ ବିବାହିତା ମହିଳା ନିଜର ଦୁଇଟି ପୁତ୍ର ସନ୍ତାନକୁ ଧରି ଅହିଂସା ମାର୍ଗ ଅନୁସରଣ କରି ଧାରଣାରେ ବସିଛନ୍ତି। ପ୍ରକାଶ ଥାଉକି ସାନଖେମୁଣ୍ଡି ବ୍ଲକର ଡେଙ୍ଗାଡି ଗ୍ରାମର ନିରଞ୍ଜନ ପାତ୍ରଙ୍କ 34 ବର୍ଷୀୟ ଝିଅ ପଦ୍ମିନୀ ସ୍ୱାଇଁ ଗତ 27-11-2015 ରେ ଆସିକା ବ୍ଲକ କୋଲନିର ଲଷ୍ମୀ ସ୍ବାଇଁଙ୍କ ପୁତ୍ର ମହେଶ ସ୍ବାଇଁଙ୍କୁ ବୈଦିକ ରୀତିନିତୀ ଅନୁସାରେ ବିବାହ କରିଥିଲେ। ବିବାହ ପରେ ଯୌତୁକ ନିର୍ଯ୍ୟାତନା ଦିଆଯାଉଛି ବୋଲି କହିଛନ୍ତି ପଦ୍ମିନୀଙ୍କ ଦ୍ୱିତୀୟ ପୁତ୍ର ସନ୍ତାନ ଜନ୍ମ ହେବାକୁ ଥିବା ବେଳେ ଶଶୁର ଘର ଲୋକ ତାଙ୍କୁ ଅଧିକ ନିର୍ଯ୍ୟାତନା ଦେଇଥିଲେ। ଫଳରେ ସେ ନିଜ ବାପ ଘରକୁ ପଳାଇ ଯାଇଥିଲେ । ସେଠାରେ ତାଙ୍କର ଦୂତୀୟ ପୁତ୍ର ଜନ୍ମ ହୋଇଥିଲା । ସେ ଶଶୁର ଘରକୁ ବାରମ୍ବାର ଆସିଥିଲେ ମଧ୍ୟ ତାଙ୍କୁ ଘରେ ରଖାଯାଇ ନଥିଲା । ଫଳରେ ସେ ନ୍ୟାୟ ପାଇଁ ମହିଳା ଥାନାକୁ ମଧ୍ୟ ଯାଇଥିଲେ ଇତି ମଧ୍ୟରେ ତାଙ୍କ ସ୍ୱାମୀ ମହେଶ ଗତ ଜୁନ ମାସରେ ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ଜାଣିବା ପରେ ଏବେ ନିର୍ଯ୍ୟାତନା ସହିଥିବା ପ୍ରଥମ ସ୍ତ୍ରୀ ଜଣକ ନ୍ୟାୟ ପାଇଁ ଦୁଇ ଛୁଆକୁ ଧରି ଧାରଣାରେ ବସିଛି।ଗୋଟିଏ ପଟେ ଶଶୁର ଘର ଲୋକେ ସମର୍ଥନ କରୁନଥିବା ବେଳେ ଅନ୍ୟପଟେ ବାପା ଘର ପାଖରେ ଝିଅ, ନାତି ମାନଙ୍କ ଖାଦ୍ୟ, ପୋଷାକ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ସୁରକ୍ଷା ନିମନ୍ତେ ସମ୍ବଳ ନାହିଁ l ଶଶୁର ଘର ମଧ୍ୟରେ ପ୍ରବେଶ କଲେ ମଧ୍ୟ ଶାଶୁ, ଶଶୁର ମାରଧର କରି ଘରୁ ବାହାର କରିଦେଉଛନ୍ତି l ସେ ବାରମ୍ବାର ପୋଲିସ ଥାନା ଏବଂ ମହିଳା ଥାନା କୁ ଯାଇ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳୁନାହିଁ ବୋଲି କହୁଛନ୍ତି l ପଦ୍ମିନୀ ଏବଂ ଦୁଇ ଶିଶୁକୁ ନ୍ୟାୟ ନମିଳିଲେ ଏଭଳି ଧାରଣା ଦେବେ ବୋଲି କହିଛନ୍ତି l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe