//BREAKING//
Loading...

ପଦଯାତ୍ରା କରି ଲୋକମାନଙ୍କ ସମସ୍ୟା ବୁଝିବ ବିଜୁଜନତା ଦଳ

ପଦଯାତ୍ରା କରି ଲୋକମାନଙ୍କ ସମସ୍ୟା ବୁଝିବ ବିଜୁଜନତା ଦଳ

ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସରକାରଙ୍କ ଜନହିତକାରୀ ଯୋଜନା ଗୁଡିକ ଲୋକ ମାନଙ୍କ ପାଖକୁ ଯାଇ ବୁଝିବା ସକାଶେ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ଆଜି ଠାରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରିଛି। ଆସିକା ବିଜୁ ଜନତା ଦଳ କାର୍ଯ୍ୟଳୟ ରୁ ବାହାରି ପ୍ରଥମେ ବିଜୁ ପଟ୍ଟନାୟକ ଛକ ବିଜୁ ବାବୁ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଆସିକା ଉପଖଣ୍ଡ ଚିକିତ୍ସାଳୟଠାରେ ରୋଗୀ ମାନଙ୍କୁ ଫଳ ଵଣ୍ଟନ କରାଯାଇଥିଲା l
ଏନ ଏ ସି ର ମହାତ୍ମା ଗାନ୍ଧୀ ରୋଡ଼ରେ ଥିବା ଗାନ୍ଧୀ ପ୍ରତି ମୁର୍ତ୍ତି ଠାରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l
ଆସିକା ବ୍ଲକ ଦେବଭୁମି ପଂଚାୟତ ର ବିଭିନ୍ନ ଗ୍ରାମ କୁ ଜନ ସମ୍ପକ ପଦଯାତ୍ରା ଯାଇଥିଲେ l ଆସିକା ବିଜୁ ଜନତା ଦଳର ସଭାପତି ରାଜେଶ ପଟନାୟକ ଙ୍କ ସଂଯୋଜନା ରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଜ୍ୟୋତ୍ରୀମୟୀ ସ୍ୱାଇଁ, ଆସିକା ବ୍ଲକ ଉପାଧକ୍ଷା ରେଶମା ଦୋରା, ବିଜୁ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଦିଲୀପ ପାଣିଗ୍ରାହୀ, କାଳଷଣ୍ଢପୁର ସରପଞ୍ଚ ଜୟନ୍ତୀ ବେହେରା, ଗଞ୍ଜାମ ଜିଲ୍ଲା ମହିଳା ସମ୍ପାଦିକା ରଶ୍ମିତା ସେନାପତି, ବରିଷ୍ଠ ପୂର୍ବତନ କାଉନସିଲର ତାରିଣୀ ସେନାପତି, ଅଭିମନ୍ୟୁ ନାହାକ, ଜିଲ୍ଲା ପରିଷଦ ସଦସ୍ୟ ତନ୍ମୟୀ ନାହାକ, ଡି. ମନୋଜ କୁମାର ଦୋରା, ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା, ଦେବଭୂମି ସରପଞ୍ଚ ଅଶାନ୍ତି ବେହେରା, ସମିତି ସଭ୍ୟା ଲକ୍ଷ୍ମୀ ବେହେରା, ପୂର୍ବତନ ସରପଞ୍ଚ ବିଜୟ ଦଳେଇ,ଓ ସମିତି ସଭ୍ୟା ସନ୍ତୋଷ ନାହାକ, ଏବଂ ଜିଲ୍ଲା ପରିଷଦ ସଦସ୍ୟ ଗୌରହରି ବେହେରା, ପୂର୍ବତନ ବ୍ଲକ ଉପାଧକ୍ଷା ରବୀନ୍ଦ୍ର ସାମଲ, ନନ୍ଦ ବିଶୋଇ,ନାଗାର୍ଜୁନ ବିଷୋୟୀ, ପ୍ରମୁଖ ନେତୃତ୍ୱ ନେଇଥିଲେ l ବିଭିନ୍ନ ଗ୍ରାମ ର ଆରମ୍ଭ ରେ ସ୍ୱାଗତ ସମ୍ବର୍ଦ୍ଧନା କରି ପଦଯାତ୍ରା କୁ ସ୍ୱାଗତ କରାଯାଉଥିଲା l ଗ୍ରାମ ରେ ବୈଠକ କରି ଲୋକ ମାନଙ୍କ ସମସ୍ୟା ଏବଂ ଗ୍ରାମର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା l ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ଦୋରା ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପାଦଯାତ୍ରା ରେ ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା ବର୍ଗ ଯୋଗ ଦେଇଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe