ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ପାଞ୍ଚଶାଖା ପ୍ରତିମୂର୍ତ୍ତି ଉନ୍ମୋଚନ
ଆସିକା ବ୍ଲକ ଦେବଭୂମି ନୋଡାଲ ଉଚ୍ଚ ବିଦ୍ୟାଳୟ ହତା ମଧ୍ୟରେ ପଞ୍ଚଶାଖା ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସେଠୀ ଙ୍କ ଅଧକ୍ଷତା ରେ ବିଧାୟିକା ମଞ୍ଜୁଳା ସ୍ୱାଇଁ,ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ, ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ,ଅଟଳବିହାରୀ ଜେନା, ଜିଲ୍ଲା ସଂଯୋଜକ ହରେକୃଷ୍ଣ ପଣ୍ଡା,ଦକ୍ଷିଣ ଓଡିଶା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ବିଦ୍ୟାଳୟ ମଧ୍ୟରେ ଜୟକୃଷ୍ଣ ରାଜଗୁରୁ (ଜୟୀ ), ଉତ୍କଳ ଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଦାସ, ଏବଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପଞ୍ଚସଖା ମୂର୍ତ୍ତି ସହ ବିଦ୍ୟାଳୟ ର ପ୍ରତିଷ୍ଠାତା ବିଜୟ ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତି କୁ ମଧ୍ୟ ବିଧlୟିକା ଉନ୍ମୋଚନ କରିଛନ୍ତି l ଏହି ଅବସରରେ ବିଦ୍ୟାଳୟ ର ପର୍ବତନ ଶିକ୍ଷକ ମାନଙ୍କୁ ଏକତ୍ରିତ କରିଥିଲେ l ଏହି ବିଦ୍ୟାଳୟ ରେ ଶିକ୍ଷକତା କରି ବିଦ୍ୟାର୍ଥୀ ମାନଂକୁ ଉଚ୍ଚଶିକ୍ଷିତ କରିବାରେ ପ୍ରମୁଖ ଭୂମିକା ରହିଛି l ସେମାନେ ହେଲେ ରବୀନ୍ଦ୍ର ପାଢ଼ୀ, ଶିବ ପ୍ରସାଦ ମହାରଣା, ଅଶୋକ କୁମାର ମହାପାତ୍ର, ଦେବନନ୍ଦ ସୁବୁଦ୍ଧି, ପ୍ରଦୀପ ରାଉତ, ପ୍ରତାପ ଜେନା, ବିଶ୍ୱ ନାଥ ନାୟକ, ମଳୟ କୁମାର ପଣ୍ଡା, ସୁରେନ୍ଦ୍ର ନାୟକ ଦୁହିତା ଆମ୍ମା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ l


