//BREAKING//
Loading...

ପଦହରାଇଲେ କାରାଖେଣ୍ଡରା ସରପଞ୍ଚ ସୁବାସ ସିତାରୀ

ପଦହରାଇଲେ କାରାଖେଣ୍ଡରା ସରପଞ୍ଚ ସୁବାସ ସିତାରୀ 

(ରମେଶ ଚନ୍ଦ୍ର ମହାପାତ୍ର) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ରେ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ସମୟର ଖେଳ ବଡ ବିଚିତ୍ର । କାହାକୁ କେତେବେଳେ ରଜା ତ ପୁଣି କେତେବେଳେ ରଙ୍କ ସଜେଇ ଦେଇଥାଏ ସମୟର ଚକ୍ର । ଦିନେ ସରପଞ୍ଚର ମୁକୁଟ ପିନ୍ଧି ଧରାକୁ ସରା ମଣୁଥିବା ସରପଞ୍ଚଟାଏ ପୁଣିକେତେବେଳେ ଆଇନହାତରେ ଧରାପଡି ନିଜର ପଦ ହରାଇ ହୀନସ୍ତା ହେବା ପରି ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାରଦିନ ୪ସନ୍ତାନ ମାମଲାର ଶୁଣାଣୀକରି ମାନ୍ୟବର ଉଚ୍ଚନ୍ୟାୟାଳୟ ଯୋଡା ବ୍ଲକ ତଥା କାରାଖେଣ୍ଡରା ପଞ୍ଚାୟତର ସରପଞ୍ଚ ସୁବାସ ସିତାରୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଫଳରେ ତାଙ୍କୁ ସରପଞ୍ଚ ପଦ ହରାଇବାକୁ ପଡିଛି । ଏହି ନିଦେ୍ର୍ଧଶ ନ୍ୟାୟାଳୟ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କୁ ଦେଇଥିବାବେଳେ ଜିଲାପାଳ ତାଙ୍କର ଚିଠିସଂ୧୧୧୦/ଜିପି(କ)୦୩.୧୦.୨୩ରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମ୍ପୃକ୍ତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣାକରିବାକୁ ନିଦେ୍ଧ÷ର୍ଶ ଦେଇଛନ୍ତି । ସୂଚନା ଯୋଗ, ୧୯୯୪ ନିର୍ବାଚନ ନିୟମ ଅନୁଯାୟୀ ୨ରୁ ଉର୍ଦ୍ଧ୍ୱ ସନ୍ତାନ ଥିବା ଜନକ କିମ୍ବା ଜନନୀ କୌଣସି ନିର୍ବାଚନରେ ଅଂଶଗ୍ରହଣ କରିନପାରିବାର ପ୍ରାବଧାନ ରହିଥିବା ବେଳେ ଯୋଡା ବ୍ଲକର କାରାଖେଣ୍ଡରା ପଞ୍ଚାୟତର ସରପଞ୍ଚଙ୍କ ୪ଟି ସନ୍ତାନ ଥିବାନେଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କାହ୍ନୁଚରଣ ମୁଣ୍ଡା ୨୦.୧.୨୦୨୨ରେ ଅଭିଯୋଗ ହୋଇଥିଲା । ଫଳରେ କାରାଖେଣ୍ଡରା ସରପଞ୍ଚ ସୁବାସ ସିତାରୀଙ୍କୁ ନିଜ ପଦ ହରାଇବାକୁ ପଡୁଛି । ଗତ ପଞ୍ଚାୟତ ନିର୍ବାଚନରେ କାରାଖେଣ୍ଡରା ପଞ୍ଚାୟରୁ ୧୨ଜଣ ସରପଞ୍ଚ ପ୍ରାର୍ଥô ନିର୍ବାଚନ ଲଢିଥିବା ବେଳେ ସୁବାସ ସିତାରୀ ଏବଂ କାହ୍ନୁ ଚରଣ ମୁଣ୍ଡାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ସେତେବେଳେ କାହ୍ନୁ ଚରଣ ୧୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ଏବଂ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସମର୍ଥିତ ପ୍ରାର୍ଥୀ ସୁବାସ ସିତାରୀ ଉକ୍ତ ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତେବେ କାହ୍ନୁ ମୁଣ୍ଡାଙ୍କୁ ମଧ୍ୟ ଅନୁରୂପ ଜଣେ ପୂର୍ବତନ ଚମ୍ପୁଆ ବିଧାୟକ ସମର୍ଥନ କରିଆସୁଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଏକ ରୋଚକ ମୋଡରେ ପହଞ୍ଚିଥିଲା । ସୁବାସ ସିତାରୀଙ୍କର ୪ଟି ସନ୍ତାନ ଥିବା ଜଣାପଡିବା ପରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ କାହ୍ନୁ ଅଭିଯୋଗ କରିଥିଲେ । ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ନିର୍ବାଚନ ଫଳାଫଳ ବାହାରିବା ପରେ ସେ ମାତ୍ର ୧୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବାରୁ ତାଙ୍କ ସପକ୍ଷରେ ଅନେକ ଗୁଡିଏ ଭୋଟ ନାକଚ କରାଯାଇଥିବା ନେଇ ସେ ପୁନଃ ଗଣତୀ ପାଇଁ ଆବେଦନ କରିଥିଲେ । ହେଲେ ଶାସକ ଦଳର ପ୍ରଭାବରୁ ନିର୍ବାଚନ ଅଧିକାରୀ ଏହାକୁ ମଧ୍ୟ ଅଣଦେଖା କରିଥିଲେ । ପରେ ଶ୍ରୀ ମୁଣ୍ଡା ଯୋଡା ଶିଶୁ ମଙ୍ଗଳ ଅଧିକାରିଣୀଙ୍କ ନିକଟରେ ସୁଚନା ଅଧିକାର ଆଇନ ବଳରେ ସୁବାସ ସିତାରୀଙ୍କର ସନ୍ତାନ ସମ୍ପର୍କିତ ତଥ୍ୟ ମାଗିଥିଲେ । ତେବେ ସିଡିପିଙ୍କ ଚିଠି ନଂ. ୨୭୨୯ ତାରିଖ ୨୫.୦୮.୨୦୨୨ରେ ସୁବାସ ସିତାରୀଙ୍କର ଜୋସ୍ନାରାଣୀ ନାମକ ଏକ କନ୍ୟା ଜନ୍ମ ତାରିଖ ୨୫.୦୨.୨୦୧୦, ଦିପୁ ସିତାରୀ ଏବଂ ପପୁ ସିତାରୀ ନାମକ ଯମଜ ପୁତ୍ର ଜନ୍ମ ତାରିଖ ୧୫.୦୪.୨୦୧୩ ଏବଂ ଶୁଭଶ୍ରୀ ସିତାରୀ ନାମକ ଏକ କନ୍ୟା ଜନ୍ମ ତାରିଖ ୦୧.୦୭.୨୦୧୭ରେ ସୁବାସ ସିତାରୀଙ୍କର ୪ଟି ସନ୍ତାନ ଥିବା ତଥ୍ୟ ପ୍ରଦାନ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇଥିଲା । ପରିସ୍ଥିତି ଏପରିହୋଇଥିଲା ଯେ ପ୍ରତିଷୋଧ ପରାୟଣ ହୋଇ କାହ୍ନୁ ଚରଣ ମୁଣ୍ଡାଙ୍କର ୨ ସାନ ଭାଇ ଗଙ୍ଗାରାମ ମୁଣ୍ଡା ଓ ଚନ୍ଦନ ମୁଣ୍ଡାଙ୍କ ଉପରକୁ ଗୁଳି ଚାଳନା ଏବଂ ମାରଣାସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏଥିରେ ସାନ ଭାଇ ଚନ୍ଦନ ମୁଣ୍ଡାଙ୍କର ଗୋଟିଏ ହାତରେ ଗୁଳି ବାଜିଥିଲା ଏବଂ ଏ ନେଇ ଉଭୟ ପକ୍ଷରୁ ବଡବିଲ ଥାନାରେ ମାମଲା ଋଜୁ ହୋଇଥିବା ବେଳେ କାହ୍ନୁ ଚରଣଙ୍କୁ ପୁଲିସ ଗିରଫ କରି ୩୦୭ ଦଫାରେ ବଡବିଲ ଜେଲକୁ ପଠାଇଦେଇଥିଲେ କିନ୍ତୁ ରାଜନୈତିକ ଚାପରେ ସୁବାସ ସିତାରୀଙ୍କୁ ଗିରଫ କରାଯାଇନଥିଲା । ପରବର୍ତ୍ତି ସମୟରେ ସେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବାଦବିବାଦ ଚରମ ସୀମାରେ ପହଞ୍ଚିଥିଲା । ଶ୍ରୀ ମୁଣ୍ଡା ଜାମିନରେ ଆସିବା ପରେ ୪ଟି ସନ୍ତାନ ମାମଲା ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ନ୍ୟାୟାଳୟ ଏହାକୁ ବିଚାର କରି ୨୮.୦୯.୨୦୨୨ରେ ରିଟ କେଶ ନଂ. ୨୫୨୨୧/୨୦୨୨ରେ ୬ମାସ ମଧ୍ୟରେ ଶୁଣାଣୀ କରି ଏହାର ଫଇସଲା କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏହାର କୌଣସି ଫଇସଲା ହୋଇପାରିନଥିଲା । ପୂର୍ବରୁ ୨ଟି ପର୍ଯ୍ୟାୟରେ କାହ୍ନୁ ଚରଣ ମୁଣ୍ଡା ଏବଂ ସୁବାସ ସିତାରୀଙ୍କୁ ଜିଲାପାଳଙ୍କ ସମ୍ମୁଖରେ ହାଜର ହୋଇ ଲିଖିତ ଜବାବ ଦେବାକୁ କୁହାଯାଇଥିଲା । ତେବେ ଏହି ମାମଲାର ଚୁଡାନ୍ତ ଫଇସଲା ହୋଇପାରିନଥିବାରୁ କାହ୍ନୁଚରଣ ପୁନର୍ବାର ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe