ଖାରିଆ ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ l
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖାରିଆ ପଂଚାୟତ ଅନ୍ତର୍ଗତ ନୋଡାଲ ଉଛପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୩୬୦ଜଣ ଛାତ୍ରଛାତ୍ରୀ ଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଛି l ବରିଷ୍ଠ ସମାଜସେବୀ ଭଗବାନ ସାହୁ , ସମାଜସେବୀ ଦିଲ୍ଲୀପ ନାହାକ, ସ୍କୁଲ ପ୍ରଧାନ ଶିକ୍ଷକ ସାରଙ୍ଗଧର ଦାସ,ସ୍କୁଲ ସଭାପତି ସୁଶାନ୍ତ ମହାନ୍ତି, ଶଙ୍କର ନାହାକ, ପଞ୍ଚୁ ଜେନା,କାମରାଜୁ ସେଠି,ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ଆସିକା ବ୍ଲକର ଖାରିଆ ପଂଞ୍ଚାୟତ ଅନ୍ତର୍ଗତ ଖାରିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୋଷାକ ବଣ୍ଟନକୁ ନେଇ ଖୁସିର ଲହରୀ ଦେଖିବାକୁ ମିଳିଛି। ବିଶିଷ୍ଟ ସମାଜସେବୀ ଭଗବାନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆସିକା ବ୍ଲକ ପାଇଁ ଉଦାହରଣ ହୋଇ ରହିବ ବୋଲି କହିଛନ୍ତି ଗ୍ରାମବାସୀ। ଆସିକା ବ୍ଲକ ଅନ୍ତର୍ଗତ ଖାରିଆ ପଂଚାୟତର ସରପଞ୍ଚ ଜୟନ୍ତୀ ସାହୁଙ୍କ ଭଳି ସରପଞ୍ଚ ସମାଜ ପାଇଁ ଆଦର୍ଶ ବୋଲି କହିଛନ୍ତି ଖାରିଆ ପଞ୍ଚାୟତ ବାସୀ. ଖାରିଆ ପଂଚାୟତର ବିଭିନ୍ନ ସମସ୍ୟାକୁ ଖୁବ ସୁନ୍ଦର ଭାବେ ସମାଧାନ କରିବା ସହିତ
ନମ୍ବର ୱାନ ପଂଚାୟତ କରିବା ଲକ୍ଷ୍ୟରେ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ସରପଞ୍ଚ ଜୟନ୍ତୀ ସାହୁ. ସମିତି ସଭ୍ୟା ସୌଦାମିନୀ ନାହାକ l ତାହା ସହ ଆଗାମୀ ଦିନରେ ଖାରିଆ ପଂଚାୟତରେ କୋୖଣସି ପିଲା ପାଠ ପଢ଼ିବା ରୁ ବଞ୍ଚିତ ହେବେନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବରିଷ୍ଠ ସମାଜସେବୀ ଭଗବାନ ସାହୁ l


