//BREAKING//
Loading...

କୃତ୍ରିମ ପୋଖରୀ ରେ ମୂର୍ତ୍ତି ବିସର୍ଜନ କୁ ନେଇ ଜନ ଅସନ୍ତୋଷ

କୃତ୍ରିମ ପୋଖରୀ ରେ ମୂର୍ତ୍ତି ବିସର୍ଜନ କୁ ନେଇ ଜନ ଅସନ୍ତୋଷ 

କେନ୍ଦୁଝର ଜିଲ୍ଲା ର ଖଣି ଖାଦାନ ଶିଳ୍ପ ଭାର ଯୋଡା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତି ର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ତଥା ଆମ ବାଗ।ନ ନିକଟରେ ଏକ କୃତ୍ରିମ ପୋଖରୀ କରାଯାଇଛି ।ଏହି କୃତ୍ରିମ ପୋଖରୀ ରେ ପ୍ରତି ବର୍ଷ ଗଣେଶ ପୂଜା ଠାରୁ ଆରମ୍ଭ କରି ସମସ୍ତ ପୂଜା ପାଇଁ ମାଟି ମୂର୍ତ୍ତି କୁ ଏହି ପୋଖରୀରେ ବିସର୍ଜନ କରାଯାଇ ଥାଏ 
ତେବେ ଏହି ପୋଖରୀ କୁ ସିଧାସଳଖ ନର୍ଦ୍ଦମା ପାଣି ପ୍ରବେଶ କରୁଥିବା ରୁ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ଏହି ଦେବୀ ଦେବତାଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିବା ରୁ ଜନ ଅସନ୍ତୋଷ ଦେଖା ଦେଇଛି ।ଆମ ବାଗ।ନ୍ କଲୋନୀ ଉପର ମୁଣ୍ଡରୁ ଅବର୍ଜନ। ପାଣି କୃତ୍ରିମ ପୋଖରୀ କୁ ଆସିବା ସମ୍ପର୍କରେ ଅଭିଯୋଗ କରି ଭାଜପା ଯୋଡା ନଗର ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଓ ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ କହିଛନ୍ତି ଯେ,ବିସର୍ଜନ ପାଇଁ ତିଆରି କରାଯାଇଥିବା କୃତ୍ରିମ ପୋଖରୀ ରେ ଯେଉଁ ନର୍ଦ୍ଦମା ପାଣି ମିଶୁଛି,ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।ଏହା ହିନ୍ଦୁ ମାନଙ୍କ ଆସ୍ଥା ପ୍ରତି କୁଠାରଘ।ତ ହେ।ଉଛି ।ଏଥିପ୍ରତି ପୌର ପ।ଳିକ। ଦୃଷ୍ଟି ଦେବା ଉଚିତ୍ ।ନର୍ଦ୍ଦମା ପାଣି ନଦୀରେ ମିଶିବା ପୂର୍ବରୁ ଏକ ସ୍ଥାନରେ ଗାତ କରି ତାହାକୁ ବିଶୋଧନ ପ୍ରକ୍ରିୟା କରି ନଦୀରେ ଛାଡ଼ିବା ପାଇଁ ପୌର ପ।ଳିକ। ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ନେଇ ପୌର ପ।ଳିକ। କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭକ୍ତ ବନ୍ଧୁ ମହ।ନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ମୂର୍ତ୍ତି ବିସର୍ଜନ ପାଇଁ ନିର୍ମିତ କୃତ୍ରିମ ପୋଖରୀ କୁ ବେଳେ ବେଳେ ସଫା କରାଯାଉଛି ।ତେବେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ସଫା କରା ଯାଇ ପାରୁ ନାହିଁ । ଖରା ଦିନ ଆସିଲେ ତାହାର ପୁନରୁଦ୍ଧାର କରାଯାଇ ଡ୍ରେନ ପାଣି କୁ ଅନ୍ୟତ୍ର କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।ଉକ୍ତ ପୋଖରୀ ରେ ଡ୍ରେନ ପାଣି ମିଶୁଥିବାରୁ ପରିବେଶ ଦୁର୍ଗନ୍ଧ ମୟ ହେବ। ସହିତ ମଶା ବଂଶ ମଧ୍ୟ ବୃଦ୍ଧି ପାଉଛନ୍ତି ।ଏଣୁ ଏହାର ଶୀଘ୍ର ପ୍ରତିକାର ଆଣି ପୋଖରୀ କୁ ସଫା କରିବା ପାଇଁ ୱାର୍ଡ ନଂ୫ ର ଜନ ସାଧାରଣ ଦାବି କରିଛନ୍ତି ।ଏହାକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଯୋଡା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe