//BREAKING//
Loading...

ଆଶା କର୍ମୀଙ୍କ ମୃତ୍ୟୁ ରେ ସ୍ମୃତି ଚାରଣ ସଭା

ଆଶା କର୍ମୀଙ୍କ ମୃତ୍ୟୁ ରେ ସ୍ମୃତି ଚାରଣ ସଭା | 
                                                 ଗତକାଲି ପୂର୍ବାହ୍ନ 11 ଘଂଟିକା ସମୟରେ ଓଡିଶା ରାଜ୍ୟ ଆଶାକର୍ମୀସଂଘ ପୁରୁଷୋତ୍ତମପୁର ବ୍ଲକ କମିଟି (ଭାରତୀୟ ମଜ଼ଦୁର ସଂଘ ଅନୁବନ୍ଧିତ )ଦ୍ୱାରା ପୁରୁଷୋତ୍ତମପୁର ଏନଏସି . ଆଶାକର୍ମୀ
ସ୍ବର୍ଗତା ବିଷ୍ଣୁ ପ୍ରିୟା ବେହେରା ଙ୍କ ସ୍ମୃତି ରେ (ଯିଏ କି ଗତ 26/09/2023 ମଙ୍ଗଳବାର ଦିନ ବ୍ରେନ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରିଥିଲେ ) ଶ୍ରଦ୍ଧାଞ୍ଜଳି ସହ ପଦ ଯାତ୍ରା କରି ସ୍ବର୍ଗତା ବିଷ୍ଣୁ ପ୍ରିୟା ଦିଦିଙ୍କ ବାସଭବନ ସମ୍ମୁଖରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଗଞ୍ଜାମ ଜିଲ୍ଲା ବି ଏମ ଏସ ପ୍ରଭାରୀ ଶ୍ରୀ ବିଜୟ କୁମାର ପାତ୍ର,ବିଏମଏସ ଜିଲ୍ଲା ସଭାପତି ନାରାୟଣ ସାବତ, ବିଏମଏସ ଜିଲ୍ଲା ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଆଶାକର୍ମୀସଂଘ ପ୍ରଭାରୀ ମଧୁସୂଦନ ମହାପାତ୍ର, ଜିଲ୍ଲା ଆଶାକର୍ମୀସଂଘ ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉତ, କୋଷାଧ୍ୟ୍ୟଖା ସସ୍ମିତା ପାଢ଼ୀ, ତଥା ପ୍ରାୟ ସମସ୍ତ ବ୍ଲକ ର ସଭାନେତ୍ରୀ, ସମ୍ପାଦିକା, ତଥା ସେକ୍ଟର ମୁଖ୍ୟ ତା ସହିତ ପୁରୁଷୋତ୍ତମପୁର ବ୍ଲକ ତଥା ଏନଏସି ର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ପୁରୁଷୋତ୍ତମପୁର ବ୍ଲକ ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡା, ସମ୍ପାଦିକା ପ୍ରମୋଦିନୀ ଦୋରା ବ୍ଲକ ଆଶାକର୍ମୀ ଙ୍କ ସହଯୋଗ ରେ ସମ୍ପାଦନ କରିଥିଲେ l ପ୍ରାୟ ଆସିଥିବା ସମସ୍ତ ବ୍ଲକ ର ସଭାନେତ୍ରୀ ଆଶାକର୍ମୀ ଙ୍କ ଠାରୁ ଆର୍ଥିକ ସାହାଯ୍ୟ ଗ୍ରହଣ କରି ଏବଂ ନିଜ ଆର୍ଥିକ ସାହାଯ୍ୟ କୁ ମିଶେଇ ବିଷ୍ନୁପ୍ରିୟା ଦିଦି ଙ୍କ ନାବାଳିକା ଝିଅ ଓ ନାବାଳକ ପୁଅ ଙ୍କୁ ବିଷ୍ଣୁ ପ୍ରିୟା ଦିଦି ଙ୍କ ଭାଇ ତଥା ମା ଙ୍କ ଉପସ୍ଥିତି ରେ ପ୍ରଦାନ କରିଥିଲେ l ପ୍ରଭାରୀ ଶ୍ରୀ ବିଜୟ ଭାଇ, ତଥା ଅନ୍ୟ ମାନେ ତାଙ୍କ ବକ୍ତବ୍ୟ ରେ ମୋଟା ମୋଟି ଗୋଟିଏ କଥା କହିଲେ ଅନାଥ ଶିଶୁ ଙ୍କୁ ଥଇଥାନ ର ବ୍ୟବସ୍ଥା କରାଯାଉ କାରଣ ଗତ କୋଭିଡ ରେ ବିଷ୍ନୁପ୍ରିୟା ଦିଦି ଙ୍କ ସ୍ୱାମୀ ବି ମୃତ୍ୟୁ ବରଣ କରିସାରିଥିଲେ l ଏବଂ ଆଉ ଗୋଟିଏ କଥା ଆଶାକର୍ମୀ ମାନେ କାମ ଅନୁସାରେ ସଠିକ ପ୍ରାପ୍ୟ ନ ପାଇବା ଯୋଗୁଁ ଆର୍ଥିକ କଷ୍ଟ ତଥା ମାନସିକ ଚାପ ଗ୍ରସ୍ତ ହୋଇ ପରିବାର ନ ଚଳେଇ ପାରି ବ୍ରେନ ତଥା ହାର୍ଟ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରୁଛନ୍ତି ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe