ଆସିକା ର ବିଭିନ୍ନ ଗ୍ରାମରେ ପୂଜା ପାଉଥିବା ଶକ୍ତି ପୀଠ ମାନଙ୍କରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି l ଦକ୍ଷିଣ ଓଡିଶା ର ଘରେ ଘରେ ପୂଜ୍ୟ ତଥା ଇଷ୍ଟ ଦେବୀ ମା ଖମ୍ବେଶ୍ବରୀ, ବସଷ୍ଟାଣ୍ଡ ରେ ବିଜେ ମା ଗ୍ରାମଦେବୀ, ଆସିକା ସୁନାମ୍ବ ସାହି ଏବଂ କlଳଷଣ୍ଢପୁର ଗ୍ରାମରେ ବିଜେ ମା ଦଣ୍ଡକାଳୀ ମନ୍ଦିର, କାଳିମୁଖୀ ସାହିର ଶ୍ୟାମାକାଳୀ ମନ୍ଦିର, ଆସିକା - ବ୍ରହ୍ମପୁର ରାସ୍ତାରେ ପଡୁଥିବା ଦକ୍ଷିଣ ଓଡିଶା ର ଅନ୍ୟତମ ଶକ୍ତିପୀଠ ମା କରଞ୍ଜେଇ ପୀଠ ରେ ପାର୍ବଣ ଉପଲକ୍ଷେ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଛି l ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ପଣ୍ଡିତ ମାନଙ୍କ ଦ୍ୱାରା ଗଙ୍ଗା ଆମନ୍ତ୍ରଣ, ବେଲ ଅଧିବାସ, ଦେବତା ଆମନ୍ତ୍ରଣ, ଜେଜମାନ କୁ ରକ୍ଷାସୂତ୍ର ବନ୍ଧନ, ଦୀକ୍ଷା ଗ୍ରହଣ, ସୂର୍ଯ୍ୟ ପୂଜା, ଗ୍ରହ ପୂଜା, ଘଟ ପୂଜା, ପାର୍ଶ୍ଵ ଦେବତା ପୂଜନ, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, ହବନ,ସନ୍ଧ୍ୟା ଆରତୀ, ଭକ୍ତ ମାନଙ୍କ ଅଖଣ୍ଡ ଦିପ ସ୍ଥାପନ,ଅର୍ଣ୍ଣ ଭୋଗ,ପ୍ରସାଦ ସେବନ,କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥି ସହିତ ମନ୍ଦିର ଗୁଡିକୁ ସୁନ୍ଦର ଆଲୋକ ସଜ୍ଜା ରେ ସୁସଜ୍ଜିତ କରାଯାଇଛି l ପାର୍ବଣରେ ଗ୍ରାମ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି l