ଆସିକା ୧୩/୧୦- (sangharsatv)ଆସିକା ପୂର୍ବତନ ବାଙ୍ଗରଡ଼ା ସରପଞ୍ଚ ତଥା ଖୁକୁଣ୍ଡିଆ ଦଣ୍ଡ ନାଚ ଅଧିକାରୀ ରମେଶ ଚନ୍ଦ୍ର ବିଶ୍ଵାଳ ଙ୍କ ହୃଦଘାତ ରେ ମୃତ୍ଯୁ ଘଟିଛି l ଗତକାଲି ସନ୍ଧ୍ୟା ସମୟରେ ରମେଶ ଆସିକା ବ୍ଲକ କାମ ସାରି ନିଜ ସାନଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ଗାଡ଼ିରୁ ପଡି ଯାଇଥିଲେ l ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଅଣାଯାଇଥିଲା l ଡାକ୍ତର ତାଙ୍କ ମୃତ୍ଯୁ ଘୋଷଣା କରିଥିଲେ l ଖବର ପାଇ ତାଙ୍କ ଶେଷ ଦର୍ଶନ କରିବା ସକାଶେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବିଡ଼ିଓ ଫକୀର ଚରଣ ପରିଡା,ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ପରିଷଦ ଅନିମା ପରିଡା, ବି ମନୋଜ କୁମାର ଦୋରା,ଗଞ୍ଜାମ ଜୋନ ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ,ବିଜେଡି ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ବି. ମୋହନା ରାଓ ଦୋରା, ଅଭିମନ୍ୟୁ ନାହାକ, ଯୁବନେତା ନାରାୟଣ ଡାକୁଆ, ଶଙ୍କର ସେଠୀ,ପ୍ରତାପ ଚନ୍ଦ୍ର ପ୍ରଧାନ, ଅନିଲ କୁମାର ପାଣିଗ୍ରାହୀ,ବହୁସରପଞ୍ଚ, ସମିତିସଭ୍ୟ, କାଉନସିଲର, ସାମ୍ବାଦିକ,ବିଜେଡି ନେତା ଉପସ୍ଥିତ ଥିଲେ l ସେ ଏକାଧାରରେ ଜଣେ ଅଭିନେତା, ଦକ୍ଷ ରାଜନେତା, କ୍ରୀଡ଼ାବିତ, ମେଳାପୀ ସ୍ଵଭାବର ବ୍ୟକ୍ତିତ୍ୱ ଥିଲେ l ସେ ଆସିକା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଥିଲେ l ବର୍ତମାନ ସରପଞ୍ଚ ରଂଜିତା ବିଶ୍ୱାଳ ଙ୍କ ଦେଢ଼ସୁର ଅଟନ୍ତି l ଖୁକୁଣ୍ଡିଆ ଦଣ୍ଡ ନାଚ ସଂଘ, ଗ୍ରାମ୍ୟ କମିଟି,ପଂଚାୟତ ବାସୀ ଏହି ମୃତ ଖବର ପାଇବାପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ମୃତ୍ୟୁ ସମୟରେ ସ୍ତ୍ରୀ, ପୁଅ, ଭାଇ, ସାଙ୍ଗ ସାଥି ଉପସ୍ଥିତ ରହିଥିଲେ l