ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ରେ ଏବେ କିଛି ଦିନ ହେଲା କାମରେ ଯୋଗ ଦେଇଥିବା ଗ୍ରାମ ରୋଜଗାର ସେବକ (ଜି ଆର ଏସ ) ଜଗମୋହନ ବେହେରା ଙ୍କ ଦୌରାତ୍ମ୍ୟ ରେ ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ଓ ସମିତି ସଭ୍ୟା ଶାରଳା ବେହେରା, ଓ ୱାର୍ଡ ମେମ୍ବର ଓ ଗ୍ରାମବାସୀ ମାନେ ବହୁତ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି | ତାର କାରଣ ଜିଆର ଏସ ସରପଞ୍ଚ ଙ୍କୁ ନଜଣାଇ ମନ ଇଚ୍ଛା କାମ କରୁ ଛନ୍ତି | ଯେଉଁ କାମ ପଞ୍ଚାୟତ ରେ ହେବା କଥା ତାହା କାହାକୁ ନପଚାରି ମନ ମୁଖୀ କରୁ ଥିବାରୁ ଆଜି ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା ଓ କିଛି ୱାର୍ଡ ମେମ୍ବର ଆସି ବିଡ଼ିଓ ଙ୍କୁ ଭେଟି ଏହାର ନିରାକରଣ ଉପରେ ଗୁରୁତ୍ୱ ଦେବାକୁ ଦରଖାସ୍ତ ଦେଇଛନ୍ତି |
ଜିଆର ଏସ ଜଗ ମୋହନ ବେହେରା ଗୋଟିଏ ପଞ୍ଚାୟତ କୁ ଆସି ସରପଞ୍ଚ ଙ୍କୁ ନଜଣାଇ ନିଜେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସବୁ କାର୍ଯ୍ୟକ୍ରମ ନିଜେ କରି ଯେଇ ଙ୍କୁ ଧରି ବିଲ କରୁଛି | କିନ୍ତୁ ଯେଉଁ କାର୍ଯ୍ୟ ବିଶେଷ କରି ହବା କଥା ମୋଉପକାରୀ ବଗିଚା ଓ ଅନ୍ୟାନ୍ୟ କାର୍ଯ୍ୟ ପଞ୍ଚାୟତ ର ନିୟମ କାନୁନ ନ ମାନି ମନ ଇଚ୍ଛା କାର୍ଯ୍ୟ କରିଥିବାରୁ ସରପଞ୍ଚ ଙ୍କ ସହ ସମିତି ସଭ୍ୟା ଓ ଅନ୍ୟାନ୍ୟ ୱାର୍ଡ ମେମ୍ବର ଓ କିଛି ଗ୍ରାମବାସୀ ଏହି ଅନୀତି ଦୁର୍ନୀତି ରେ ଜଡିତ ଥିବା ଜି ଆର ଏସ ଙ୍କ ମନମୁଖୀ କାର୍ଯ୍ୟ କରୁଛନ୍ତି | ପୁର୍ବ ଆର୍ଥିକ ବର୍ଷ ର ଏମ ଏ
ନ ଆର୍ଜିଏସ କାମର ଫାଇଲ ନଦେଖାଇ ସିଆରପି ଓ ଏମ୍ବିକେ ମାନଙ୍କୁ ଧରି କାର୍ଯ୍ୟ କରୁଛନ୍ତି ଯାହା କି ସରପଞ୍ଚ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି | ମନ ଇଚ୍ଛା ମାଷ୍ଟର ରୋଲବାହାର କରି ଚଞ୍ଚକ ତା କରୁଥିବାର ସେ ବିଡ଼ିଓ ଙ୍କ ପାଖେ ଅଭିଯୋଗ କରିଛନ୍ତି | ପଞ୍ଚାୟତ ରେ ସରପଞ୍ଚ ମୁଖ୍ୟ ଥିଲା ବେଳେ ଜଣେ ଜିଆରଏସ କିପରି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ତେଣୁ ଏହାଉପରେ ବିଡ଼ିଓ ଯଦି ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ସମସ୍ତ ଜନ ପ୍ରତିନିଧି ମାନେ ଜିଲ୍ଲା ପାଳ ଙ୍କୁ ସାକ୍ଷାତ କରି ଏହା ଉପରେ ଜଣାଇବେ | ଯଦି ଏଥିରେ ସେମାନେ ସନ୍ତୋଷ ଲାଭ ନକରନ୍ତି ତେବେ ସରପଞ୍ଚ, ସମିତି ସଭ୍ୟା ଓ ଗ୍ରାମବାସୀ ଜିଆର ଏସ ଙ୍କ ବିରୁଦ୍ଧରେ ଏହାର ପ୍ରତିବାଦ ରେ ବ୍ଲକ ଅଫିସ ଆଗରେ ଧାରଣା ଦେବେ ବୋଲି ମଧ୍ୟ ଆମକୁ କହିଛନ୍ତି | ତେବେ ବିଡ଼ିଓ ବିଜୟ କୁମାର ବେହେରା ଙ୍କ ଉପରେ ତାଙ୍କର ବହୁତ ବିଶ୍ୱାସ ଅଛି ତେଣୁ ସେ ଏହା ଉପରେ ସମାଧାନ ର ରାସ୍ତା ବାହାର କରିବେ , ଓ ଜନ ପ୍ରତିନିଧି ଙ୍କୁ ନ୍ୟାୟ ଦେବେ ବୋଲି କହି ଛନ୍ତି |