ଆସିକା ତା ୧୭/୧୦- ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରସାୟନ ବିଭାଗର ଏକ ବିଭାଗୀୟ ପାଠଚ଼କ୍ର ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ମଞ୍ଚାସୀନ କରାଯାଇଥିଲା। ଡେମୋଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ବେଦ ପାଠ କରିଥିବା ବେଳେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଶଶିଭୂଷଣ ରଥ ସ୍ବୟଂଚାଳିତ ସରକାରୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁରର ରସାୟନ ଅଧ୍ୟାପକ ଡ. ସୁରଜ କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟଅତିଥି ତଥା ରସାୟନ ସ୍ରୋତ ବ୍ୟକ୍ତିରୂପେ ଆମନ୍ତ୍ରିତ କରାଯାଇଥିଲା। ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚୌଧୂରୀ ପାଠଚ଼କ୍ର ସଂଚାଳନା କରିଥିବା ବେଳେ ଅଧ୍ୟକ୍ଷ ସ୍ବାଗତ ଭାଷଣ ରଖିଥିଲେ। ଯୁକ୍ତ ତିନି ଶେଷ ବର୍ଷର ଦୁଇ ଜଣ ଛାତ୍ରୀ ସୁଶ୍ରୀ ରଶ୍ମିତା ପୋଲାଇ "ବୈଜ୍ଞାନିକ ଉଡୱାର୍ଡଙ୍କ ନିୟମରେ ସ୍ପେକ୍ଟ୍ରୋସ୍କୋପି ଯନ୍ତ୍ର ଦ୍ବାରା ବୃହତ୍ତର ଆଲୋକ ପ୍ରକ୍ଷେପଣ କିପରି ସମ୍ଭବ ହୋଇରାରିବ" - ସଂଦର୍ଭ ଟି ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିବା ବେଳେ ଛାତ୍ରୀ ସୁଶ୍ରୀ ଇପ୍ସିତା ମହାନ୍ତି ମଧ୍ୟ
"ଅତି ବାଇଗଣି ରଶ୍ମିର ବିଦ୍ବୁତ କଣିକା ପରିବହନର ହିସାବ ପ୍ରୟୋଗ" ସଂଦର୍ଭଟି ଉପସ୍ଥାପନ କରିଥିଲେ। ବରିଷ୍ଠ ରସାୟନ ଅଧ୍ୟାପକ ପ୍ରଫେସର ଜନାର୍ଦ୍ଦନ ସାହୁ ମଞ୍ଚାସୀନ ଥିଲେ ଏବଂ ରସାୟନ ବିଜ୍ଞାନ ରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ବରିଷ୍ଠ ଡେମନଷ୍ଟ୍ରେଟର କୃଷ୍ଣଚ଼ନ୍ଦ୍ର ପାତ୍ର ପାଠଚ଼କ୍ରରେ ସହଯୋଗ କରିଥିଲେ। ରସାୟନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ପରିଶେଷରେ ଅଧ୍ୟାପକ ଚ଼ନ୍ଦନ ମରାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।