ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପତ୍ରକାର ବାର୍ତ୍ତା
ଆସିକା ବସଷ୍ଟାଣ୍ଡ କଳିଙ୍ଗାରୋଡ ସ୍ଥିତ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପତ୍ରକାର ବାର୍ତ୍ତା ଅନୁଷ୍ଠିତ ହୋଇଥିଲା l ସାଂସଦ ର ଉଭୟ ଗୃହ ରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲେ ମଧ୍ୟ ଆଜିବି ମହିଳା ସୁରକ୍ଷିତ ନୁହନ୍ତି l ଓଡିଶା ରାଜ୍ୟରେ ସମସ୍ଥ ଜିଲ୍ଲା ତଥା ଗଞ୍ଜାମ ଜିଲ୍ଲା ରେ ନାରୀ ସୁରକ୍ଷିତ ନଥିବା କଥା କହିଥିଲେ l ଗତକାଲି ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ରେ ଜଣେ କାର୍ଯ୍ୟରତ ଶିଶୁ ଅଧିକାର କର୍ମୀ ସୌଦାମିନୀ ରଥ କୁ ଅତି ନିର୍ମମ ହତ୍ୟା କରାଯାଇଛି l ବିଜେଡି ର 23 ବର୍ଷର ଶାସନ କାଳ ମଧ୍ୟରେ ସାରା ଓଡିଶା ସମେତ ଖାସ କରି ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲା ରେ ମହିଳା ହିଂସା ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନେଇ ନାହାନ୍ତି l ମହିଳା ବିରୋଧରେ ହିଂସା, ଦୁଷ୍କର୍ମ ଓ ଅପରାଧରେ ସଜ୍ଜା ପାଇଁ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ଶତକଡା 8.3 ପ୍ରତିଶତ ରହିଛି l ସେହିଭଳି ଓଡ଼ିଶାରେ 2021 ମସିହାରେ 31,352ମହିଳା ହିଂସା ରେ ଶିକାର ହୋଇଥିବା ବେଳେ 565 ଜଣ ସାଇବର ଠକ ର ଶିକାର ହୋଇଛନ୍ତି l ରାଜ୍ୟରେ ମହିଳା ମାନଙ୍କ ଉପରେ ଅପରାଧ ହୋଇଥିବା 88.06 କେସ ବିଚାର ହୋଇନଥିବା ଓଡିଶା ରାଜ୍ୟ ବିଜେପି ଦଳର ସଭାନେତ୍ରୀ ଡ଼. ଐଶ୍ଚଯ୍ୟା ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ଏଥି ସହିତ କନ୍ୟା ସନ୍ତାନ ମାନଙ୍କୁ ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଯୌନ ଶୋଷଣ ଭଳି ଅନେକ କ୍ଷେତ୍ର ରେ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ, ନୀଳମଣି ବିଷୋୟୀ, ନାରାୟଣ ବେହେରା, ମହେଶ ମାହାନ୍ତି, କାଉନସିଲର ରାଘବ ସିଅ,ରାଜ୍ୟ ଯୁବ ମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଦସ୍ୟ ତଥା କାଉନସିଲର ସରୋଜ ଭଞ୍ଜ, ପ୍ରମୁଖ ଉପସ୍ଥିତ ରହିଥିଲେ l