ଇଏ ହେଉଛି ଗନ୍ଦିଆ ବ୍ଲକ ର ପିଂଗୁଆ ପଞ୍ଚାୟତ ର " ଭୂଷା ପାହାଡ
ଢେଙ୍କାନାଳ ଜିଲ୍ଲା "।ଏବେ ପଥର ମାଫିଆ ଙ୍କ ଆଖି ପଡ଼ିଛି ଏହି ପାହାଡ ଉପରେ ।
ଶାଗ ମାଛ ଦର ରେ ନିଲାମ ନେଇଛନ୍ତି ମାଫିଆ ।
ଦୈନିକ ଅନୁମୋଦିତ ପରିମାଣ ରୁ ବହୁ ଅଧିକ ଶହ ଶହ ହାଇୱା ରେ ଜିଲ୍ଲା ବାହାର କୁ ଚାଲାଣ ହେଉଛି "କଳା ପଥର" ।
ରାଜନୈତିକ ପ୍ରୋତ୍ସାହନ ଓ ପ୍ରଶାସନିକ ସହାୟତା ରେ ଦିନ ଦ୍ୱିପ୍ରହର ରେ ଚାଲିଛି" ଲୁଟ ତରାଜ"।
ବେଆଇନ ଭାବେ ଚାଲିଛି ବ୍ଲାଷ୍ଟିଂ । ପ୍ରକୃତି ର ନୈସର୍ଗିକ ଅବଦାନ ଆଜି ଭୁଲୁଣ୍ଠିତ !
ଆଉ କିଛି ଦିନ ପରେ ଫୁଟବଲ୍ ପଡିଆ ରେ ପରିଣତ ହେବ ଏହି "ଭୂଷା ପାହାଡ " ।
ସ୍ଥାନୀୟ ଆଦିବାସୀ ମାନଙ୍କ ଜୀବନ ଜୀବିକା ବିପନ୍ନ । ଟସର ଚାଷ ରେ ଜୀବିକା ନିର୍ବାହ କରୁଥିଲେ ସ୍ଥାନୀୟ ଅଧିବାସୀ ।
କହିବା କାହାକୁ ଶୁଣିବ କିଏ ?