ଆସିକା ଥାନା ବଜାର ସାହି ମହାତ୍ମାଗାନ୍ଧୀ ରୋଡ଼ରେ ଥିବା ମହାଲକ୍ଷ୍ମୀ ଜୁଏଲରି ଡକାୟତି ଘଟଣା ରେ 05 ଜଣକୁ 10 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଶୁଣାଇଛନ୍ତି ଆସିକା ମାନ୍ୟବର ଅତିରିକ୍ତ ଜିଲ୍ଲା ଦ୍ୱୈlରା ଜର୍ଜ l ଗତ 15/12/22 ତାରିଖ ସନ୍ଧ୍ୟା 08 ଘଣ୍ଟା ସମୟରେ 07 ଜଣ ଯୁବକ ବଜାର ମଧ୍ୟରେ ସୁନା ଦୋକାନ ଘରେ ପଶି ମାଲିକ ପ୍ରଭାକର ପାତ୍ର ଏବଂ ତାଙ୍କ ଝିଅ କରିମା ପାତ୍ର କୁ ଆକ୍ରମଣ କରି ସୁନା ଟଙ୍କା ନେବା ପାଇଁ ହତ୍ୟା ଉଦ୍ୟମ କରିବା ଏବଂ ଡାକୟତି ଘଟାଇ ଥିଲେ l ସୁନା ଦୋକାନ ମାଲିକ ର ଝିଅ କରିମା ପାତ୍ର ଙ୍କ ଏତଲା ପ୍ରକାରରେ ଆସିକା ପୋଲିସ ଥାନା କେସ ନଂ 908/22 ରେ ଏକ ମାମଲା ରୁଜୁ କରି 04.01.23 ରେ ରେଡ଼ିକା ସାହିର ଗଣେଶ ଦାସ, ଲଛମନପଲ୍ଲୀ ର ବିନୋଦ କୁମାର ନାହାକ, କଳିଙ୍ଗାରୋଡ଼ ର ରବୀନ୍ଦ୍ର ସ୍ୱାଇଁ, ତାଲୁକା ରୋଡ ର ଚିଣ୍ଟୁ ଜେନା, ଲାଲlଗୋର୍ଜିଛକ ର ଦିଲୀପ ସାହୁ ଏବଂ ଲଛମନ ପଲ୍ଲୀ ର ଭରତ ସାହୁ କୁ ଗିରଫ କରି ସୁନା ଅଳଂକାର, ମୋବାଇଲ, ଗାଡି, ମାରଣାଅସ୍ତ୍ର ଜବତ କରି କୋର୍ଟ ଚାଲାଣ କରିଥିଲେ l ଦୀର୍ଘ ଦଶ ମାସ ମଧ୍ୟରେ ସମୁଦାୟ 12 ଜଣଙ୍କ ସକ୍ଷ୍ୟ ପ୍ରମାଣ କୁ ଆଧାର କରି 05 ଜଣ କୁ 10 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ହୋଇଥିବା ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦ୍ୱୈlରା ଜର୍ଜ ପ୍ରବୀର କୁମାର ଚୌଧୁରୀ ଏହି ରାୟ ପ୍ରଦାନ କରିଛନ୍ତି l