//BREAKING//
Loading...

କୋଟିନଡା ଥାନା ପକ୍ଷରୁ ସାଇବର ସୁରକ୍ଷା ଓ ପ୍ରତିରୋଧ ସଚେତନତା ରଥକୁ ସମ୍ବର୍ଦ୍ଧନା


ଆସିକା 12/10/23(sangharsatv)

ଆସିକା ବ୍ଲକ କୋଟିନଡା ଥାନା ସାଇବର ସୁରକ୍ଷା ସଚେତନତା ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସିକା କୋଟିନଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଅରକ୍ଷୀ ଅଧିକlରୀ ମୁଖ୍ୟ ଅତିଥି ରୂପେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ,ଆସିକା ଥାନା ଅଧିକାରୀ ସ୍ୱରୂପ କିଷାନ,,ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକ ,ବଡ଼ଖୋଲି ୟୁକୋ ବ୍ୟାଙ୍କ ପରିଚାଳକ ସୋମେନ୍ଦ୍ର ମିଶ୍ର,ଉପସ୍ଥିତ ରହିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ରେ ଆସିକା କଲେଜ, ଟେକ୍ନିକାଲ ହାଇସ୍କୁଲ ର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ସାଇବର ଠକାମି ଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପୋଲିସ ର ସହାୟତା ନେବାପାଇଁ ବିଭିନ୍ନ ଉଦ୍ଧାରଣ ମାଧ୍ୟମରେ ବୁଝାଇ ଥିଲେ। ସାଇବର ସେଲ ର ଜିଲ୍ଲା ସ୍ତରର  ସଂଯୋଜକ କିରଣ ଚନ୍ଦ୍ର ପାତ୍ର ସର୍ବଦା କଠିନ ପାସୱାର୍ଡ ବ୍ୟବହାର ସହ ଏହା କାହାକୁ ନ ଦେବା , ଅଜଣା ଲିଙ୍କ କୁ କ୍ଳିକ ନ କରିବା, ନିଜର ଓ ଟି ପି କାହାକୁ ନ ଦେବା , ଅଜଣା ସୋର୍ସ ରୁ ଋଣ ଗ୍ରହଣ ନକରିବା, ମେସେଜ କିମ୍ବା ଇମେଲ ରେ ନିଜର ଆର୍ଥିକ ତଥ୍ୟ ନଦେବା ସହ ଏ ଟି ଏମ ଠକାମି ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।  ଶେଷରେ ପ୍ରୋଜେକ୍ଟର ମାଧ୍ୟମରେ ପରଦା ଉପରେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ପିଲାମାନଙ୍କୁ ସଚେତନତାଧର୍ମୀ ନାଟକ ମାଧ୍ୟମରେ ରେ ବୁଝାଇଥିଲେ l ଆସିକା ପୋଲିସ ଥାନାର ବହୁ ଅଧିକାରୀ ସହଯୋଗ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe