//BREAKING//
Loading...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଜଣେ ମୃତ୍ୟୁ ଦୁଇ ଗୁରୁତର ସଦର ହସ୍ପିଟାଲରେ ଭର୍ତ୍ତି


ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଜଣେ ମୃତ୍ୟୁ ଦୁଇ ଗୁରୁତର ସଦର ହସ୍ପିଟାଲ ଭର୍ତ୍ତି ।

ଆଜି ଅପରାହ୍ନ୍ନ ସମୟରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ ଜଣଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଫଳରେ ନିଆଁର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଜଣେ 50 ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟି ଥିଲା ଏବଂ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସଦର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ପାଇ ଅଗ୍ନିଶମ ବିଭାଗ ଗୁଣୁପୁର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ହୋହାଲ୍ଲା ଏବଂ ସୂଚନା ପାଇ ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଲଳିତ କୁମାର କହଁର,ତହସିଲଦାର ଶ୍ରୀମତି ଲୀଳାବତୀ ଆଚାର୍ଯ୍ୟ , ଅତିରିକ୍ତ ତହସିଲଦାର ଶ୍ରୀ ଅଂଶୁମାନ ପରିଡ଼ା, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଚି ସ୍ଥିତି ପରଖି ଥିବା ବେଳେ ଖୁବ ଶୀଘ୍ର ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇ ଦିଆ ଯିବ ବୋଲି ତହସିଲଦାର ଶ୍ରୀମତି ଲୀଳାବତୀ ଆଚାର୍ଯ୍ୟ ସୂଚନା ଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe