ହାର୍ଡୱେର ଦୋକାନରେ GST ବିଭାଗର ଚଢ଼ାଉ ।
ଆଜି ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ଗଜପତି ଛକ ନିକଟରେ ଥିବା ଭବାନୀ ଏଜେନ୍ସି ହାର୍ଡୱେର ଦୋକାନରେ ଓଡିଶା GST ଏନଫଓର୍ସମଏଣ୍ଟ ବିଭାଗର
ଡେପୁଟି କମିଶନର ତୋଫାନ ବେମଲଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଦୋକାନରୁ ଆବଶ୍ୟକ ନଥିପତ୍ରକୁ ଜବତ କରିଛି GST ଏନଫୋର୍ସମେଣ୍ଟ ବିଭାଗ । GST ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଟିଂ ସମୟରେ କିଛି ହେରଫେର ହୋଇଥିବା ଖବର ପାଇଥିଲେ । ଏହାପରେ ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଧେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା ଏବଂ ଆବଶ୍ୟକ ନଥିପତ୍ରକୁ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ନଥିପତ୍ରକୁ ତନଖି କଲାପରେ ଯଦି କିଛି ପ୍ରମାଣ ମିଳେ ତେବେ ସଂପୃକ୍ତ ଦୋକାନ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି GST ଏନଫୋର୍ସମେଣ୍ଟ ବିଭାଗ ଡେପୁଟି କମିଶନର ତୋଫାନ ବେମଲ ପ୍ରକାଶ କରିଛନ୍ତିି।