//BREAKING//
Loading...

ମୁଖ୍ୟମନ୍ତ୍ରୀଙ୍କ ଗଡ଼, ଗଞ୍ଜାମ ସ୍ଥିତି ଗଡ଼ବଡ଼

ମୁଖ୍ୟମନ୍ତ୍ରୀଙ୍କ ଗଡ଼, ଗଞ୍ଜାମ ସ୍ଥିତି ଗଡ଼ବଡ଼

ଦକ୍ଷିଣ ଓଡିଶାର ଗଞ୍ଜାମ ହେଉଛି ସବୁଠାରୁ ବଡ ଜିଲ୍ଲା ଯେଉଁଠି ୨ଟି ଲୋକସଭା (ଆସ୍କା ଓ ବ୍ରହ୍ମପୁର) ଏବଂ ୧୩ଟି ବିଧାନସଭା କ୍ଷେତ୍ର (ଭଞ୍ଜନଗର, ପୋଲସରା, କବି ସୂର୍ଯ୍ୟ ନଗର, ଖଲିକୋଟ, ଛତ୍ର ପୁର, ଗୋପାଳପୁର,ଆସ୍କା,ସୋରଡା,ସାନାଖେମୁଣ୍ଡି,ହିଞ୍ଜିଳି, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି) ରହିଛି ।ରାଜ୍ୟର କୌଣସି ଜିଲ୍ଲାରେ ମଧ୍ୟ ଏତେଗୁଡାଏ ନିର୍ବାଚନମଣ୍ଡଳୀ ନାହିଁ । ଏହି ଜିଲ୍ଲାରୁ ୫ ଗତ ପାଳି ହେଲା ମୁଖ୍ୟମନ୍ତ୍ରୀ ପ୍ରତିନିଧ୍ଵ କରି ବହୁ ସଂଖ୍ୟାକ ବ୍ୟବଧାନରେ ଜିତି ଆସିଛନ୍ତି । ବିଜେଡି କ୍ଷମତାକୁ ଆସିଲା ପରଠୁ ଏଭଳି ସ୍ଥିତି ଉପୁଜିଛି ଯେ ଶାସକଦଳକୁ ଟକ୍କର ଦେବାଭଳି ଦଳ, ନେତା ଓ ନେତୃତ୍ଵର ସଙ୍କଟ ସୃଷ୍ଟି ହୋଇଛି । ଏବେ କିନ୍ତୁ ସ୍ଥିତି ଭିନ୍ନ ! କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୁକୂଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଁକାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ଵାନ ହେବ । ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳିନେତା କାହାନ୍ତି ?

ଜିଲ୍ଲାରେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ଦେଖା ଦେଇଛି ! ବିବାଦୀୟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀକାନ୍ତ ସାହୁ । ନିଜ ପୋଲସରା ଆସନ ସମ୍ଭାଳିବା କସରତରେ ଅଛନ୍ତି ଶ୍ରୀକାନ୍ତ । ଏକଦା
ବିଜେଡିର ପାଓ୍ବାରଫୁଲ ନେତା ତଥା ମୁଖ୍ୟମନ୍ତ୍ରୀଙ୍କର ଅତି ପ୍ରିୟ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ଘଟଣାକୁ ନେଇ ଏବେ ଶାସକ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ସଚିବଙ୍କ ଗସ୍ତ ଓ
ଶ୍ରୀ ପାଣିଗ୍ରାହୀଙ୍କ ‘ଜିଦ୍’ ଘଟଣା ଏବଂ ପରବର୍ତ୍ତୀ ସମୟରେ ବିଜେଡିର ଗୋହି ଖୋଲିବା କଥା ରାଜନୀତିରେ ଉଷ୍ମତା ଲାଗିରହିଛି । ସୁତରାଂ ଗୋପାଳପୁର ଆସନ ବି ଗଡବଡିଆ ସ୍ଥିତିରେ ।
ଦିଗପହଣ୍ଡି ଆସନରେ ଛକାପା ଲାଗିରହିଛି ।ସ୍ଵର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ଏବଂ ଅତି ଘନ ଷ୍ଟ୍ରଙ୍କ ମଧ୍ୟରେଗୋଷ୍ଠୀ ବି ବ। ଦ ଶାସକ ଦଳ ପାଇଁ ଅଡ଼ୁଆହେବାରେ
ଲାଗିଛି ।ବ ର୍ପ ନ ପ୍ରଧାନଙ୍କୁ ଦଳ ନିଲମ୍ବିତ କଲା ପରେ ତାଙ୍କ ଗୋଷ୍ଠୀଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜିତିଛି । ଯାହା ଦଳ
ପାଇଁ ଆଉଏକ ଚିନ୍ତାର କାରଣ ।
ସେହିପରି ବିଜେଡିର ତୁଙ୍ଗନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଦଳରେ କେଉଁ ବରିଷ୍ଠ ଆଦୃଶିଆ ନେତା ଗଡ ସମ୍ଭାଳିବେ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ଆଉ ଏଭଳି ସ୍ଥିତିରେ
ଦକ୍ଷିଣ ବାଆ ହୋଇ ମାଡିଆସିଛି କଂଗ୍ରେସ ।ରାଜ୍ୟରେ ମୁଖ୍ୟ ବିରୋଧୀଦଳଭୂମିକାରେ ଥିବାବିଜେପିର ସ୍ଥିତି ଏଠାରେ ସେଭଳି ସୁଦୃଢ ନଥ୍ଲେ ମଧ୍ୟ ଦଳ ନିଜ ଉଦ୍ୟମ ଜାରି ରଖୁଛି ।ଏକ ଜାତୀୟ ଦଳ ଭାବେ ଦୀର୍ଘ ଦଶନ୍ଧି ଧରି ଦେଶର କ୍ଷମତାରେ ଥିବା କଂଗ୍ରେସ ଦେଶର ଏନଡିଏ
ଶାସନରେ ବଡ ବିପକ୍ଷଦଳ ଭାବରେ ଠିଆ ହୋଇଛି।୯ ବର୍ଷ ମୋଦୀ ସରକାରକୁ ଟକ୍କର ଦେବା ସହିତ ଶଙ୍ଖ ବିଜୁ ବା ଲୋକଙ୍କ ସମ୍ମୁଖରେ ନିଜକୁ ‘ବିକଳ୍ପ’ ଭାବରେ ପ୍ରସ୍ତୁତ କରିବାର ପୂର୍ଣ୍ଣ ଉଦ୍ୟମ ଜାରି ରଖୁଛି ଏଥିରେ ହୁଏତ ଦ୍ବିମତ ନାହିଁ । ସେହିଭଳି ଓଡିଶାରେ ଏକବାର
ଦୁର୍ବଳ ହୋଇ ପାଡି ପୂବ ।କଂଗ୍ରେସ ପୁନଃ ଶକ୍ତି ସଂଚାର ପାଇଁ ଉଦ୍ୟମ କଲାଭଳି ଲାଗୁଛି । ବିଜେଡି ଶାସନପର ପରାଜୟର ସମ୍ମୁଖୀନ ହୋଇ ଦ୍ଵିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଛି, ଲୋକଙ୍କ
ମନ ରୁ ମୂର୍ତ୍ତି ଯାଇ ସୁପ୍ତ ଅବସ୍ଥାକୁ ଚାଲିଆସିଥିବା ରାଜ୍ୟ କଂଗ୍ରେସରେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦେଖାଦେଇଛି ତତ୍ପରତା ।ନିକଟରେ ଦକ୍ଷିଣ ଓଡିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ଦଳ ଏକରକମ ଆଖୁଦୃଶିଆ ସ୍ଥିତିକୁ ଆସିଛି । କୋରାପୁଟ ଓ ମାଲକାନଗିରିରେ ଆଦିବାସୀମାନଙ୍କ ଏକ ବିଶାଳ ଜନ ଜାଗରଣସମାବେଶ କରି ଭୋଟରଙ୍କୁ ଆକୃଷ୍ଟକରିବା କଂଗ୍ରେସ କ୍ଷମତାକୁ ଫେରିଲେ କଣ ସବୁ କରିବ ପ୍ରତିଶ୍ରୁତି ଦେଇଛି । ତେବେ ଏତେବଡ ବିଶାଳ ଆୟୋଜନ ଭିତରେ ଲୋକେ ସ୍ଥାନୀୟ ଦଳର ସାଂସଦଙ୍କୁ ଦେଖିବାକୁ ପାଇନଥିଲେ । ସେହିଭଳି ଏହାର ଦିନକ ପୂର୍ବରୁ ପିସିସି ସଭାପତିଙ୍କ କୋର।ପୁଟ ଗସ୍ତ ବେଳେ ଛତ୍ରପୁର ଠାରୁ ଦିଗପହଣ୍ଡି ଯାଏଁ ଟଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମୃଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଯେଉଁଠି ସ୍ଥାନୀୟ ଜିଲ୍ଲା ସଭାପତିଙ୍କୁ ଦେଖିବାକୁ ମିଳିନଥିଲା । ସଂଗଠନ ଭିତରୁମଜବୁତ ହେଲେ ଏବେକା ସ୍ଥିତିରୁ କଂଗ୍ରେସ ବେଶ୍ ଫାଏଦା ପାଇପାରିବ ବୋଲି ଅନେକଙ୍କ ମତ ରହିଛି ।ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସରକାର ଓ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ନେତୃତ୍ୱର ଆବଶ୍ୟକତା ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି,ଚାଷୀ ଆଦି ସମସ୍ୟା ଅନେକ ସମୟରେ ସାମ୍ନାକୁ ଆସେ । ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଓଡିଶାର ଏକମାତ୍ର ନିର୍ଭରଶୀଳ ଏମ୍‌ସିଜି ମେଡିକାଲ ଉପରୁ ଲୋକଙ୍କ ଆଶା ଭରଶା ତୁଟିବାରେ
ଲାଗିଛି । ଚିକିତ୍ସା ପାଇଁ ନିକଟ ବିଶାଖାପାଟଣାକୁ ଯାଉଛନ୍ତି ରୋଗୀ । ବହୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ । ସାର, ବିହନ, ପାଣି, ମଣ୍ଡି ସମସ୍ୟାରେ ଚାଷୀ । ଦାଦନ ଦୁଃଖ କହିଲେ ନସରେ । ଜିଲ୍ଲାରେ ଯୁବକଙ୍କ ନିଯୁକ୍ତି ପାଇଁ ସାଧନ ନାହିଁ କିନ୍ତୁ ଏଇଠୁ ଶ୍ରମିକ ନଗଲେ ବାହାର ଶିଳ୍ପ କାରଖାନା ଅଚଳ! କନା ବେଳେ କିଭଳି ଦୟନୀୟ ଅବସ୍ଥାରେ ପ୍ରବାସୀଫେରିଲେ ଏବଂ କିଛି ମାସ ପରେ ପୁଣି ଶ୍ରମିକଙ୍କୁ ନେବା ପାଇଁ ଗାଁ’ଗୁଡିକରେ କିଭଳି
କମ୍ପାନୀ ଗାଡି ପଠାଇଲା ତାହା ବି ଦେଖାଗଲା। ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ ହିଂସା,ଲହୁଲୁହାଣ, ହତ୍ୟାକାଣ୍ଡ ଘଟଣା ବଢିବାରେଲାଗିଛି । ରାଜ୍ୟରେ ଦୀର୍ଘ ବର୍ଷର ସ୍ଥିର ଶାସନକାଳରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସ୍ଥିତିଏମିତି । ଏଭଳି ସ୍ଥିତିରେ ଗଞ୍ଜାମବାସୀଙ୍କ ବିଶ୍ୱାସଭାଜନ ହେବା ଭଳି ନେତୃତ୍ୱ ନେଉଛି କିଏ
ଆଗକୁ ଜଣାଯିବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe