ପୁରୁଷୋତ୍ତମପୁର ଏନ ଦାଶ ହାଇସ୍କୁଲ ରେ ବ୍ଲକସ୍ତରୀୟ ଶିଶୁ ମହୋଛବ ସୁରଭୀ ଉଦଘାଟିତ
ପୁରୁଷୋତ୍ତମପୁର ବ୍ଳକର ନରସିଂହ ଦାଶ ଉଚ୍ଚ ବିଦ୍ଯାଳୟ ଠାରେ ବିଇଓ ଶ୍ରୀ କିଶୋର ଚନ୍ଦ୍ର ବେହେରା,ବିଆର ସି ସି ଶ୍ରୀ ସିମାଞ୍ଚଳ ରଥ ଏବଂ ସରୋଜ କୁମାର ଦାଶଙ୍କ ସମେତ ସମସ୍ତ ସି ଆର ସି ସି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡିଶା ମିଲେଟ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୁଷୋତ୍ତମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା ଏହି କାର୍ଯ୍ଯକ୍ରମର ଶୁଭ ଉଦ୍ ଘାଟନ କରିଥଗଲେ ।ଉଦ୍ ଯାପନି ସଭାରେ ମୁଖ୍ଯ ଅତିଥି ରୂପେ ଏନଏସି ଅଧ୍ୟକ୍ଷା ଶ୍ରୀମତି ପ୍ରିୟଙ୍କା ଗଉଡ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା, ମୁଖ୍ୟ ବକ୍ତା ରୂପେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କିଶୋରଚନ୍ଦ୍ରବେହେରା, ସମ୍ମାନିତ ଆତିଥି ରୂପେ ଏନ୍.ଏ.ସି ଉପାଧ୍ୟକ୍ଷ ଶ୍ରୀ କୄଷ୍ଣଚନ୍ଦ୍ର ପଣ୍ଡା, ଏ.ବି.ଇ.ଓ ଶ୍ରୀ ସିମାଞ୍ଚଳ ରଥ, ଶ୍ରୀ ରାଜକିଶୋର ସାହୁ, କାଉଁସିଲର ଅଶୋକ କୁମାର ମାହାଙ୍କୁଡ, କଲେଜର ଅଧ୍ୟାପକ ସୁବ୍ରତ କୁମାର ଷଡ଼ଙ୍ଗୀ, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ଯୋଗଦେଇ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ପୂର୍ଣ୍ମିମା ସବର ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ ର ୧୩ଟି କ୍ଳଷ୍ଟରରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ସଂଗୀତ,ବିଚର୍କ,ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ରେ ଅଂଶ ଗ୍ରହଣ କରିଥିଲେ।ବିଚାରକମଣ୍ଡଳୀଙ୍କ ଦ୍ବାରା କୃତି ଛାତ୍ର, ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗ ରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଯୁଧିଷ୍ଠିର ସାହୁ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ବ୍ଳକ୍ ର ୧୩ଜଣ ସି ଆର ସି ସି ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସଂଯୋଜକ ଶ୍ରୀ କିଶୋର ଚନ୍ଦ୍ର ବେହେରା ଏବଂ ଶ୍ରୀ ସିମାଞ୍ଚଳ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ ଯାପିତ କରିଥିଲେ।