ଆସିକା ବ୍ଲକ ସଭା ଗୃହ ରେ ପଞ୍ଚାୟତ ବିକାଶ ସୂଚକାଙ୍କ ସମ୍ପର୍କିତ ପଞ୍ଚାୟତ ସ୍ତରୀୟ ସହଯ୍ୟକାରୀ ଅଧିକାରୀ ମାନଙ୍କ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିର ରେ ବିଡ଼ିଓ ଫକୀର ଚରଣ ପରିଡା, ସିଡିପିଓ ଭାଗ୍ୟଲତା ପାତ୍ର, ଗ୍ରାମପଞ୍ଚାୟତ ଅଧିକାରୀ ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ର ସରପଞ୍ଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗାଁ ରୋଜଗାର ସେବକ, ଶିକ୍ଷକ, ଏମବିକେ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗ୍ରାମ୍ୟସ୍ତରୀୟ କର୍ମୀ, ପ୍ରାଣୀ ବିଭାଗ, ସ୍ୱାସ୍ଥ୍ୟ କର୍ମୀ, ଏବଂ ମହିଳା ସ୍ୱୟଂ ସହାୟକ ଦଳ ର ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଏହି ତାଲିମ ରେ ଦରିଦ୍ର ମୁକ୍ତ ଗ୍ରାମ ପଂଚାୟତ ଗଠନ, ସୁସ୍ଥ ଗ୍ରାମ ପଂଚାୟତ, ଶିଶୁ ସୁଲଭ ପଂଚାୟତ, ସ୍ୱଚ୍ଛ ଗ୍ରାମ ପଂଚାୟତ,ସ୍ୱୟଂ ସପୂର୍ଣ ଭିତ୍ତି ଭୂମି, ସାମଜିକ ସୁରକ୍ଷା ପଂଚାୟତ, ସୁ ଶାସିତ ଗ୍ରାମ ପଂଚାୟତ, ମହିଳା ଓ ଶିଶୁ ଅନୁକୂଳ ପଂଚାୟତ, ଉପରେ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଦେବେନ୍ଦ୍ର ପାତ୍ର, ଓଡିଶା ଜୀବିକା ମିଶନ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗର ଅଧିକାରୀ ମାନେ ସମସ୍ତ ପଂଚାୟତ ର ଲୋକ ମାନେ ଦୀର୍ଘ ସ୍ଥାୟୀ ଜୀବନ ଜୀବିକା ଉପରେ ଗରୁତ୍ବ ଦେଇଥିଲେ l ପ୍ରତ୍ୟେକ ଦିନ ୯ ଗୋଟି ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେଇଥିଲେ l ଅନଲାଇନ୍ ରେ ଅପଲୋଡ଼ କରିବା ସକାଶେ ତାଲିମର ଦିଆଯାଇଥିଲା l