5ଟି ଅଧକ୍ଷ ଙ୍କ ବିଜେଡିରେ ଯୋଗ ଦେଇ ମା ତାରା ତାରିଣୀ ଙ୍କ ଆଶିଷ ଭିକ୍ଷା କଲେ |
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡିରେ ଯୋଗ ଦେଲେ 5ଟି ଅଧକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ | ଏବଂ ସେଠାରୁ ସେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦେବୀ ମାଆ ତାରାତାରିଣୀଙ୍କୁ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିଛନ୍ତି | ରାଜନୀତିରେ ପାଦ ଥାପି ବିଜେଡିରେ ସାମିଲ ହେବା ପରେ 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦେବୀ ପୀଠ ମା' ତାରାତାରିଣୀ ମନ୍ଦିରରେ ପୂଜାର୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ ଓଡ଼ିଶାର ଅଗ୍ରଗତି ନିମନ୍ତେ | ଆଜି ଅପରାହ୍ନରେ ସେ ତାରାତାରିଣୀ ପୀଠରେ ପହଞ୍ଚି ମା'ଙ୍କ ଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ର ନାମ ରହିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସେ ଯୋଗ ଦେଇଛନ୍ତି। ଆଜି ସକାଳ ୧୦ଟା ୧୫ ମିନିଟରେ ବିଜେଡିରେ ସାମିଲ ହୋଇଥିଲେ | ତାଙ୍କୁ ନବୀନ ନିବାସରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଥିଲେ। କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ । ସେ କହିଥିଲେ ଯେ, ମହାପ୍ରଭୂଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ସମସ୍ତଙ୍କ ସହଯୋଗରେ ନିଷ୍ଠା, ନମ୍ରତା ଓ ନିସ୍ବାର୍ଥର ସହ ଓଡିଶାବାସୀଙ୍କ ସେବା କରିବେ । ସେହିଭଳି ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ତ୍ତିକ ପାଣ୍ଡିଆନ ଓଡି଼ଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରି ରାଜ୍ୟବାସୀଙ୍କ ସମ୍ମାନ ଓ ବିଶ୍ବାସ ହାସଲ କରିଛନ୍ତି।ପାଣ୍ଡିଆନ ଗ୍ରସ୍ତ ସମୟରେ ରାଜ୍ୟ ବିଜେଡିର ସାଙ୍ଗନଠନିକ ସଂପାଦକ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, କଟକ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ, ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼କ୍ଟ ଚ୍ୟାଉପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧକ୍ଷ ଶ୍ରୀଯୁକ୍ତ ସୁବାଷ ମହାରଣା, ରାଜ୍ୟ ବିଜେଡି କାର୍ଯ୍ୟକାରି ସଦସ୍ୟ ବିପ୍ଳବ ପାତ୍ର, ଗଞ୍ଜାମ ବିଜେଡି ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ମହାଙ୍କୁଡ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା,ନଚିକେତ ସ୍ୱାଇଁ ଗଞ୍ଜାମ ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଆଜି ଗଞ୍ଜାମ ଜିଲ୍ଳାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ, ବିଧାୟିକା ଙ୍କ ସହ ବ୍ଲକ ଓ ଏନଏସି ଅଧକ୍ଷ, ସବୁ ସରପଞ୍ଚ ସମିତି ସଭ୍ୟ, ସଭ୍ୟା ବ୍ରହ୍ମପୁର ମେୟର ଙ୍କସହିତ ଅନ୍ୟ ନେତା କର୍ମୀଙ୍କ ଉପସ୍ଥିତିରେ ଆଜି ସମସ୍ସ୍ତେ ସବୁ ମତ ଭେଦ ଭୁଲି ରାଜ୍ୟ ସଭାପତ୍ରି ତଥା ବିଜେଫି ରସୁପ୍ରିମ ଙ୍କ ପାଇଁ କାମକରିବାକୁ ପରାମର୍ଶ ଦେଇ ଥିଲେ |