ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟରେ ଝଗଡା ଯୋଗୁଁ ପାଠ ପଢ଼ାରେ ବ୍ୟାଘାତ
ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ବିଜାବଣ୍ଡଳୀ ଗ୍ରାମର ଆଜି ସକାଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍କୁଲ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସ୍କୁଲ ଛାତ୍ରଛାତ୍ରୀ ଅଭିବାବକ ମାନେ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ତାଲା ଠୁକିଲେ ଏହି ସ୍କୁଲ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ନେଇ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାଇବା ବଦଳରେ ସବୁ ଦିନ ପରି ନିଜ ନିଜର ଭିତରେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାପାତ୍ର ଝଗଡା କରୁଥିବା ବେଳେ ଅନ୍ୟ ଶିକ୍ଷକ ବିଶ୍ଵ ଜିତ୍ ପାଣ୍ଡବ, ନିରଞ୍ଜନ ରାଉତ,ରଷମୀବାଲ୍ ଦେ, ସହିତ ପାଠ ପଢ଼ାରେ ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗ୍ରାମ ବାସୀ ଙ୍କ ତରଫରୁ ଅଭିଯୋଗ ହେଉଛି । ପ୍ରଧାନ ଶିକ୍ଷକ ସବୁ ବେଳେ ନିମ୍ନମାନର ପାଣି ଡାଲି ସିଝା ଚୋପା ଅଣ୍ଡା ଦର ସିଝା ଭାତ ମଧ୍ୟାହ୍ନ ଭୋଜନ ଦେଉଥିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଗାଲିଗୁଲଜ କରୁଥିବା ପିଇବା ପାଣି ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଦେଉ ନଥିବା ନେଇ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଜି ସକାଳ ୭ ଟା ସମୟରେ ଗେଟ୍ ବନ୍ଦ କରି ତାଲା ପକାଇ ରୋଡ଼ ଉପରକୁ କୁ ଆସି ବହି ପୁସ୍ତକ ଧରିଆସି ଯେଉଁ ଦିନରେ ଏହାର ସମାଧାନ କରାଯିବ ତେବେ ଆମେ ତାଲା ସେହି ଦିନରେ ଖୋଲିବୁ ବୋଲି ବସି ରହି ଥିଲେ। ମୁନିଗୁଡା ଶିକ୍ଷାଧିକାରୀ ଏହି,ଖବର ପାଇ ସ୍କୁଲ ର ସମାଧାନ ନିମନ୍ତେ ଏବିଓ, ବିଆରସିସି,ସିଆରସିସି, ତିନି ଜଣ ଙ୍କୁ ପଠାଇ ଥିଲେ । ଶେଷରେ ଓଡ଼ିଶା ସରକାର ସ୍କୁଲ ର ରକ୍ଷଣ ବେକ୍ଷଣା ଓ ମରାମତି ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସ୍କୁଲ ମାନଙ୍କୁ ଦିଆଯାଉଥିବା ବେଳେ ଆଜି କୁ ପାଞ୍ଚବର୍ଷ ହେବ ବିଜାବଣ୍ଡଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୌଣସି ଚୁନ ମଧ୍ୟ ଲଗା ଯାଇନାହିଁ ଲେଟ୍ରିନ୍ ଶୈଚାଳୟ ବ୍ୟବସ୍ଥା ମଧ୍ୟ ନାହିଁ। ବହୁତ୍ ପରିତାପର ବିଷୟ ଏଭଳି ଅବ୍ୟବସ୍ଥା ରେ ଆମ, ବିଜାବଣ୍ଡଳୀ ସ୍କୁଲ ଚାଲିଛି ଏଥିସହିତ ପ୍ରଧାନ ଶିକ୍ଷକ ଜାଲ ସାର୍ଟିଫିକେଟ ନେଇ କିପରି ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ ଓ ଏହି ବିଷୟରେ କାହିଁକି ତଦନ୍ତ କରାଯାଉନାହିଁ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରଶାସନ ହସ୍ତ କ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପ୍ରମୁଖ ଅଭିଯୋଗ ଥିଲା ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାପାତ୍ର, ନିରଞ୍ଜନ ରାଉତ, ରସ୍ମୀବାଲ୍ ଦେ, ତିନି ଜଣ ଶିକ୍ଷକ ଙ୍କୁ ୧/୧୨/୨୦୨୪ ଭିତରେ ତୁରନ୍ତ ଅନ୍ୟତ୍ର ବଦଳି କରାଯାଉ,ଏବିଓ,ପ୍ରଶ୍ନ କୁମାର ପାତ୍ର, ବିଆରସିସି, ସହଦେବ ଚିଚୁଆନ,ସିଆରସିସି, ପୁର୍ଣ୍ଣ ଚନ୍ଦ୍ର ଦୋରା ,ଏକ ଲେଖା ମାଧ୍ୟମରେ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ।