ଉଦଯାପିତ ହେଲା ସର୍ଗିଫୁଲ ଶିଶୁ ମୋହସ୍ତବ୍ 2023
ରାୟଗଡା ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ମାନଙ୍କର ଶିଶୁ ମାନଙ୍କୁନେଇ ଜିଲ୍ଲା ସ୍ଥାରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଯାପିତ ହୋଇଯାଇଛି । ରାୟଗଡା ଉପକଣ୍ଠରେ ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିସରରେ ଆୟୋଜିତ 2 ଦିନିଆ ଶିଶୁ ମହୋତ୍ସବର ଉଦଯାପିତ ହୋଇଯାଇଛି। ଆଜି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପାତ୍ର ସମ୍ମାନିତ ଅତିଥି ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ କୁମାର ବେହେରା, ଏକଲବ୍ୟ ବିଦ୍ୟାଳୟ ଅଧକ୍ଷ ସନ୍ତୋଷ କୁମାର ପାତ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ଵାଳ, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ୟାମ ଘନ ଭୁୟାଁ ଓ ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ। ଏହି ଉପଲକ୍ଷେ ଛାତ୍ର ଛାତ୍ରୀଙ୍କୁ ନେଇ ଶିଶୁ ମହୋତ୍ସବରେ ଜିଲ୍ଲା ସ୍ଥରୀୟ ବିଜ୍ଞାନ ମେଳା, ଭଳିବଲ ପ୍ରତିଯୋଗିତା, ନୃତ୍ୟ, ସଙ୍ଗୀତ, ଏକକ ଅଭିନୟ, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉଜାପାନୀ ଉତ୍ସବରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଆସନ୍ତା 14 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ହେବାକୁ ଥିବା ସାଉଥ ଜୋନର 15 ଟି ଜିଲ୍ଲାକୁ ନେଇ ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ। ରାଜ୍ୟ ସରକାରଙ୍କ ଏଭକି କାର୍ଯ୍ୟକ୍ରମ ଦ୍ୱାରା ଅନୁସୂଚିତ ଜନଜାତି ,ଅନୁସୂଚିତ ଜାତି ଛାତ୍ର ଛାତ୍ରୀ ମାନେ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିପାରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଏଗାର ବ୍ଲକର ମଙ୍ଗଳ ବିଭାଗ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା