//BREAKING//
Loading...

ଉପନିର୍ବାଚନ ପାଇଁ ପ୍ରଚାରରେ ବିଜେଡି ଆଗୁଆ

 


ଯୋଡା, ୨୫ା୧୧ : ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ଯୋଡା ପୌରପାଳିକା ୮ନଂ ୱାର୍ଡ ଉପନିର୍ବାଚନରେ ପ୍ରଚାର ୨୭ ତାରିଖ ଶେଷ ହେଉଥିବା ବେଳେ ବିଜେପି, ବିଜେଡି ଓ ସ୍ୱାଧିନ ପାର୍ଥୀଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ତେବେ ଏହି ପ୍ରଚାରରେ ଶାସକ ବିଜେଡି ଆଗରେ ରହିଥିବା ଦେଖିବାକୁ ମିଳିଛି । ୧୮୦୦ ଶହ ଲୋକ ସଂଖ୍ୟା ବିଶିଷ୍ଟ ଏହି ଉପନିର୍ବାଚନଟିରେ ଗତ ପୌର ନିର୍ବାଚନରେ ଶାସକ ବିଜେଡି ଦଳର ପ୍ରାର୍ଥୀ ସ୍ୱର୍ଗତ ଜୟରାମ ନାଏକ ବିଜୟଲାଭ କରିଥିଲେ । ତାଙ୍କର ଅକାଳ ବିୟୋଗ ପରେ ତାଙ୍କର ସାନ ଭାଇ ଶୁଭମ ନାଏକ ଏହି ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ୮ନଂ ୱାର୍ଡ ଜନସାଧାରଣଙ୍କ ମଧ୍ୟରେ ତାଙ୍କ ବଡ ଭାଇଙ୍କ ମୃତୁ୍ୟଙ୍କୁ ନେଇ ସମବେଦନା ରହିଥିବା ବେଳେ ତାଙ୍କ ପ୍ରଚାରରେ ବିଜେଡି ଦଳର ତୁଙ୍ଗ ନେତାମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ, ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବିଜେଡି ଜିଲା ସହସମ୍ପାଦକ ବାବୁଲାଲ ସାହୁ, ଯୁବ ସଂଗଠକ ସୁଶାନ୍ତ କୁମାର ବାରିକ, କୃଷକ ସାମୁକ୍ଷ ର ହୃଷିକେଶ ଜେନା ଏବଂ ଅନେକ ଆଗଧାଡିର ବିଜେଡି ନେତା ଏହି ପ୍ରଚାରରେ ପର୍ଯ୍ୟାୟକ୍ରମେ ନିଜକୁ ସାମିଲ କରି ଜନସାଧାରଣଙ୍କ ନିକଟରେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତା ଓ ବିକାଶ ମୁଳକ କାର୍ଯ୍ୟକୁ ବୁଝାଇବା ସହ ତାଙ୍କର ହାତ ମୁଠାକୁ ଟାଣ କରିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଦଳର ପ୍ରଚାର ପ୍ରାର୍ଥôପତ୍ର ଦାଖଲ ପରେ ଆଉ ଦେଖିବାକୁ ମିଳୁନାହିଁ । ତେବେ ୩୦ ତାରିଖ ଭୋଟ ଗଣତିରେ କିଏ ବିଜୟର ବାନା ଉଡାଇବ ତାହା ଦେଖିବାକୁ ଲୋକେ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe