//BREAKING//
Loading...

କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

 ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ସାଧାରଣତଃ ଶିତର ପ୍ରକୋପ ଅଧିକ ରହିଥାଏ । ଶିତର ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ଶିତବସ୍ତ୍ରର ଆବଶ୍ୟକ ପଡିଥାଏ । ସକାଳୁ କୁନି କୁନି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ପସନ୍ଦ କରନ୍ତି ନାହିଁ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ କିପରି ଯାଇ ପାରିବେ ଏବଂ ଶିତର ପ୍ରକୋପରୁ ରକ୍ଷା ପାଇଁ ପାରିବେ ଲକ୍ଷ ରଖି ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀ ପକ୍ଷରୁ ଭଦ୍ରାସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । 
 ଟଣ୍ଟୋ ଗ୍ରାମର ୪୬ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଠପଢ଼ା ଖର୍ଚ୍ଚ ସାଙ୍ଗକୁ ମଧ୍ୟ।ନ୍ନ ଭୋଜନ , ପୋଷାକ , ଗମନାଗମନର ସୁବ୍ୟବସ୍ଥା କରି କମ୍ପାନୀ ପକ୍ଷରୁ ବହନ କରାଯାଉଥିବା କମ୍ପାନୀର ଉପସଭାପତି ସଦାନନ୍ଦ ରାଣା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସଭା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ନର୍ଭେରାମ କମ୍ପାନୀ ଉପସଭାପତି ସଦାନନ୍ଦ ରାଣା , ମାନବ ସମ୍ବଳ ଅଧିକାରୀ ପୀୟୂଷ ପାଣ୍ଡେ,ଇଲେକ୍ଟି୍ରିକାଲ ଡିଜିଏମ ସରୋଜ ଦେଓ, ଆଇଟି ମୁଖ୍ୟ ବିବେକାନନ୍ଦ ଜେନା ଉପସ୍ଥିତ ରହି ପିଲାମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ପାଛୋଟି ନେଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତ ଓ ପରିଚାଳନା ସମିତି ସମ୍ପାଦକ ଭାଗବତ ପଲେଇ ଉପସ୍ଥିତ ରହି ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ସମୟରେ ସଠିକ ସହଯୋଗ ପାଇଁ କମ୍ପାନୀର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe