ସ୍ବାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଯୋଡ଼ା : ୧୫/୧୧: (ସଂଘର୍ଷ )ଆଦିବାସୀ ସମ୍ପ୍ରଦାୟର ସୁଯୋଗ୍ୟ ସନ୍ତାନ ତଥା ଭାରତ ମାତାର ବିର ସନ୍ତାନ ହେଉଛନ୍ତି ସଂଗ୍ରାମୀ ବିର୍ଷା ମୁଣ୍ଡା । ଆମ ଦେଶକୁ ଇଂଗ୍ରେଜ ମାନଙ୍କ କବଳରୁ ରକ୍ଷା କରିବାକୁ ଯାଇ ଖୁବ କମ ବୟସରେ ଇଂଗ୍ରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ନିଜକୁ ସମର୍ପଣ କରିଦେଇଥିଲେ । ପିତା ସୁଗନା ମୁଣ୍ଡା ଓ ମାତା କୋମଟା ମୁଣ୍ଡାଙ୍କ ଗର୍ଭରୁ ୧୮୭୫ ମସିହା ନଭେମ୍ବର ମାସ ୧୫ ତାରିଖରେ ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲା ଉଲିହାଟୁ ଗ୍ରାମରେ ତାଙ୍କର ଜନ୍ମ । ସେ ଆଦିବାସୀ ମାନଙ୍କର ଅଧିକାର ଓ ଦେଶ ସ୍ଵାଧୀନ ନିମନ୍ତେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ବିରତ୍ବ ଓ ଦେଶ ପାଇଁ କରିଥିବା ତ୍ୟାଗକୁ ଅବିସ୍ମରଣୀୟ କରିବା ନିମନ୍ତେ ଯୋଡ଼ା ପୌରପାଳିକା ଅନ୍ତର୍ଗତ କଳାପାହାଡ ଛକ ଠାରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ଥିବା ବେଳେ ଯୋଡ଼ା ପୌରାଧକ୍ଷ ଡ଼ା. ଜଗଦୀଶ ପ୍ରସାଦ ସାହୁ , ଭର୍ଚୁଆଲ ମାଧ୍ୟମରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଉପସ୍ଥିତ ରହି ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀର ବଡ଼ବିଲ ୟୁନିଟ ହେଡ ପୁରୁଷୋତ୍ତମ ଏମଡି , କାଶିଆ ୟୁନିଟ ମୁଖ୍ୟ ପ୍ରମୋଦ କୁମାର ପାତ୍ର , ଟେନସା ୟୁନିଟ ମୁଖ୍ୟ କମଳାକାନ୍ତ ନନ୍ଦ , ମାନବସମ୍ବଳ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି , ୟୁନିଟ ମୁଖ୍ୟ ଆଶିଷ ପାଣ୍ଡେ , କର୍ପୋରେଟ କାମୁନିକେସନ ମୁଖ୍ୟ ପ୍ରଶାନ୍ତ ହୋତା , ଚୌଧୁରୀ ପ୍ରଣବ ପ୍ରକାଶ ଦାସ , ସିଏସଆର ମୁଖ୍ୟ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଆଦିବାସୀ ମହିଳା ମାନେ ପାରମ୍ପରିକ ଶାଢୀ ସହିତ ଗୀତ, ବାଦ୍ୟ,ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଆଦିବାସୀ ହୋ ସମାଜର କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ସହୋଯୋଗର ହାତ ବଢ଼ାଇବା ସହିତ ସମସ୍ତ ଖର୍ଚ୍ଚ ବହନ କରିଥିବା ଜଣାପଡ଼ିଛି । ଆଦିବାସୀ ଆନ୍ଦୋଳନର ସୂତ୍ରଧାରା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବିର୍ସା ମୁଣ୍ଡା ଜଣେ ମହାନ ସ୍ୱତନ୍ତ୍ର ସେନାନୀଙ୍କ ସାହସ ଓ ତାଙ୍କ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ କଳାପାହାଡ ଛକକୁ ବୀର ବିର୍ସା ମୁଣ୍ଡା ଛକ ନାମରେ ନାମିତ କରାଯାଉ। ପରେ ଯୋଡ଼ା କେନ୍ଦ୍ରୀୟ ଖେଳପଡ଼ିଆ ଠାରେ ଆଦିବାସୀ ହୋ ସମାଜ ପକ୍ଷରୁ ଆଉ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କେନ୍ଦୁଝର ସାଂସଦ ଶୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ଭଗବାନ ବିର୍ଷା ମୁଣ୍ଡାଙ୍କ ଜୀବନୀ ସମ୍ପର୍କରେ କହିଥିଲେ । ବିର୍ଷା ମୁଣ୍ଡାଙ୍କ ଅମର ଆତ୍ମା ଆଜିବି ଦେଶ ମାତୃକା ପାଇଁ ଆମ୍ଭମାନଙ୍କ ମାଧ୍ୟମରେ ସଂଗ୍ରାମ ଜାରି ରଖିଛନ୍ତି । ଆମେ ଦୁର୍ବଳ ନୁହନ୍ତି , ଆମ ଅଧିକାର ଆମଠାରୁ କେହି ନେଇ ପାରିବେ ନାହିଁ । କେହି ଅପାଚେଷ୍ଟା କଲେ ଆମେ ପ୍ରତିବାଦ କରିବା ସହିତ ଆମର ହକ କଳେ , ବଳେ,କୌଶଳେ ନଚେତ ବାହୁ ବଳରେ ହାସଲ କରିବା ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାର ଆଦିବାସୀ ମହିଳା ଓ ପୁରୁଷ ଯୋଗଦେଇ ଭଗବାନ ବିର୍ଷା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଅଞ୍ଜଳି ଜଣାଇଥିଲେ