//BREAKING//
Loading...

ବ୍ଳକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବ୍ଳକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

  
ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଡ଼ାରୀ ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା କକ୍ଷରେ ବ୍ଳକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶକ୍ରମେ ଗୁଡ଼ାରୀ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ତତ୍ବାବଧାନରେ ଏବଂ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର, ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ, ଗୁଡ଼ାରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର,ଏଡିପିଓ ଶ୍ରୀ ବାବୁଲି ନାୟକ,ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ 58 ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ 41ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ 17ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସମସ୍ତ ଅଭିଯୋଗ ଗୁଡିକ ଦେଖିବା ପରେ ତୁରନ୍ତ ସମାଧାନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ରାସ୍ତା, ପାନୀୟ ଜଳ ଯୋଗାଣ, ଧାନପୋକ ନିରାକରଣ ଏବଂ ସରପଞ୍ଚ ମାନଙ୍କ ପକ୍ଷରୁ ଅଞ୍ଚଳର ଅଶିପ୍ରତିଶତ ଜମି ମରୁଡି, ପ୍ରତି ଜମିକୁ ଜଳସେଚନ ସୁବିଧାର ବ୍ୟବସ୍ଥା ଆଦିର ଦରଖାସ୍ତ ଗ୍ରହଣ କରିଥିବା ବେଳେ ସମସ୍ତ ଆବେଦନ ଗୁଡିକୁ ତ୍ୱରିତ ସମାଧାନ କରିବା ସହ ଜିଲ୍ଲା କାର୍ଯ୍ୟାଳୟକୁ ବିବରଣୀ ପ୍ରଦାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଡ଼ଃ ଦୟାନିଧି ବାଘ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ଗୁଡ଼ାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଗୁଡ଼ାରି,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାମାକ୍ଷୀ ପାଢ଼ୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂର୍ଯ୍ୟମଣି ଭୋଇ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁତି ଭୂଷଣ ବିଶ୍ୱାଳ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ବ୍ଲକ ସହକାରୀ ଯନ୍ତ୍ରୀ, ବିପିଏମ ପ୍ରମୁଖ ପରିଚାଳନା କରିଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ବାଇଁଙ୍କ ନେତୃତ୍ବରେ ଉପ-ଆରକ୍ଷୀ ଅଧିକାରୀ, ସହାୟକ ଆରକ୍ଷୀ ଅଧିକାରୀ, ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe