//BREAKING//
Loading...

ଆସିକା ବ୍ଲକ ଖାରି ବାବାଜୀ ଦୋରା ବିଦ୍ୟାପୀଠ,ଶିଶୁ ଦୀବସରୌପ୍ୟ ଜୟନ୍ତୀ ମହୋତ୍ସବ ଖୁବ ଆଡମ୍ବର ସହକାରେ ପାଳିତ


ଆସିକା ବ୍ଲକ ଖାରି ବାବାଜୀ ଦୋରା ବିଦ୍ୟାପୀଠ,ଶିଶୁ ଦୀବସରୌପ୍ୟ ଜୟନ୍ତୀ ମହୋତ୍ସବ ଖୁବ ଆଡମ୍ବର ସହକାରେ ପାଳିତ

ଆସିକା ବ୍ଲକ ଖାରି ବାବାଜୀ ଦୋରା ବିଦ୍ୟାପୀଠ, ପାଣ୍ଡିଆପଥରର ରୌପ୍ୟ ଜୟନ୍ତୀ ମହୋତ୍ସବ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି. ୨ ଦିନ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଅନ୍ୟତମ ବରେଣ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅନିଲ କୁମାର ସେଠି, ବିଡ଼ିଓ ଫକୀର ଚରଣ ପରିଡା, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, ବିଜେଡି ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ବରିଷ୍ଠ ନେତା ରାଜେଶ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ବେହେରା,ବିଦ୍ୟାଳୟ ପରିଚାଳନା ସମିତି ସଭାପତି କେ ରାଜେନ୍ଦ୍ର ଦୋରା ,
ଜୁବ ବିଜେଡି ଉପ ସଭାପତି
ସମେତ ବହୁ ଶିକ୍ଷାବିତ ଯୋଗଦେଇଥିଲେ. ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପଣ୍ଡା ପ୍ରଥମେ ବାର୍ଷିକ ବିବରଣୀ ପାଠ କରିଥିଲେ.ପରେ ପରେ ଉପସ୍ଥିତ ଅତିଥି ମାନେ ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ.ଖାରି ବାବାଜୀ ବିଦ୍ୟାପୀଠର 25ବର୍ଷର ଯାତ୍ରା ମଧ୍ୟରେ ଅନେକ ସଫଳତା ଆଣିଦେଇଥିବା କହିଥିଲେ ସରପଞ୍ଚ ନୀଳାଞ୍ଚଳ ବେହେରା.ଅନୁଷ୍ଠାନର ଶିକ୍ଷକ ମାନଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ବଳରେ ଆଜି ଅନୁଷ୍ଠାନ ତାର ରୌପ୍ୟ ଜୟନ୍ତୀ ପାଳନ କରିପାରିଛି ବୋଲି କହିଛନ୍ତି ବିଧାୟିକା ମଞ୍ଜୁଳା ସ୍ୱାଇଁ.ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଏକତା ଓ ଶିକ୍ଷା ପ୍ରତି ଥିବା ଭଲପାଇବାକୁ ସାଧୁବାଦ ଜଣାଇଥିଲେ ବିଡ଼ିଓ ଫକୀର ଚରଣ ପରିଡା.ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନେ ଏହି ଅବସରରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ.ଯୁବ ସମାଜସେବୀ ଶଙ୍କର ସେଠି ଓ ସରପଞ୍ଚ ନୀଳାଞ୍ଚଳ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏହି ନିମିନା OAB ସ୍କୁଲର ଛାତ୍ରୀ ଭୁବନେଶ୍ୱର ରବିଦ୍ର ମଣ୍ଡପ ପୁରସ୍କାର ପ୍ରାପ୍ତ ସୋନାଲି ସେଠୀ ସମ୍ବଲପୁରୀ କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ।ବାବାଜୀ ଦୋରା ବିଦ୍ୟାପୀଠ ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ଆୟୋଜିତକରିଥିଲେ.ଯୁବଗୀତିକାର ଓ କଣ୍ଠଶିଳ୍ପୀ ଶିବରାମ ମହାରଣା ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ.

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe