ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନାର ଶୁଭାରମ୍ଭ
ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ଯ ସରକାର ଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କ୍ରୀଡ଼ା,ସଂସ୍କୃତି ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବ ବର୍ଗ ବିପୁଳ ସଂଖ୍ୟାରେ ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ ଦିଆଯିବା ସହ ଗୁରୁତ୍ବ ଆରୋପ କରାଯାଇଥିଲା । ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଯୋଗିତା,ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ । କାର୍ଯ୍ୟକ୍ରମ ର ସୁପରିଚାଳନା ଓ ସଫଳତା ପାଇଁ ନୋଡାଲ ଅଫିସର ଭାବରେ ଅଧ୍ୟାପକ ବଳରାମ ସ୍ୱାଇଁ ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏଥିପାଇଁ ତିନୋଟି କମିଟି ଗଠନ କରାଯାଇଛି। ଏହାର ମୁଖ୍ୟ ଭାବରେ ଅଧ୍ୟାପିକା ଖିରାଵବ୍ଦୀ ସାହୁ,ଅଧ୍ୟାପିକା ରାଜଶ୍ରୀ ବେହେରା, ଓ କ୍ରୀଡ଼ା ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କୁ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରିତିମୟୀ କର, ଗୋପାଳ କୃଷ୍ଣ ପଣ୍ଡା,ଦିଲୀପ ମହାନ୍ତି,ସନ୍ଦୀପ ପଟ୍ଟନାୟକ,ପ୍ରଦୀପ ନାୟକ, ଅଶୋକ ଦାସ ଓ କୁସ ନାୟକ ଙ୍କ ସମେତ ପ୍ରାୟ 400 ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।