ବସୁଧା ପାଣିଟାଙ୍କି ରୁ ଦୁଇନର କଙ୍କାଳ ଉଦ୍ଧାର......
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁର ସଦର ଥାନ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ର ବେଣୀ ପୁର ଗ୍ରାମରେ ! ସୁଚନା ଅନୁସାରେ ବେଣୀ ପୁର ଗ୍ରାମ ନିକଟସ୍ଥ ଏକ ଖେଳ ପଡ଼ିଆରେ ସ୍ଥାନୀୟ ଅଞ୍ଚଳର କିଛି ଛୋଟ ପିଲା ସକାଳ ସମୟରେ ପଡ଼ିଆରେ ଖେଳୁଥିବା ବେଳେ ରାହୁଲ୍ ନାମକ ଏକ ଛୋଟ ପିଲା ହଠାତ୍ ପାଣି ଟାଙ୍କି ଉପରକୁ ଶିଡି ସାହାଯ୍ୟରେ ଚଢି ଯାଇଥିଲା, ପରେ ସେ ପିଲାଟି ଟାଙ୍କିର ଉପର ଭାଗରେ ପଡ଼ିଥିବା ଦୁଇ କଙ୍କାଳ କୁ ଦେଖି ଡରିଯାଇ ଗାଁ ଲୋକଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଗାଁ ଲୋକ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ ପଂହଚି ଦେଖେତ ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ରେ ନିର୍ମାାଣଧୀନ ପାଣି ଟାଙ୍କି ରୁ ଦୁଇ କଙ୍କାଳ ସହ ଦୁଇଟି ମୁଣ୍ଡର ଖପୁରି କୁ ଯାଜପୁର ସଦର ଥାନା ଅଧିକାରୀ ଏବଂ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାଇଣ୍ଟିଫିକ୍ ଟିମ୍ ଙ୍କ ଉପସ୍ଥିତ ରେ ଯାଜପୁର ବରୁଆଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହଯୋଗ ରେ ପାଣି ଟାଙ୍କିରୁ ଦୁଇ କଙ୍କାଳ ଓ ଦୁଇ ଖପୁରି କୁ ଉଦ୍ଧାର କରାଯାଇ ଅଧିକ ତଦନ୍ତ ଜାରିରହିଛି !!!


