//BREAKING//
Loading...

ଓଡ଼ିଶା ର ଉଚ୍ଚତମ ପର୍ବତ ମାଳା ରେ ସଚେତନ ବାର୍ତ୍ତା ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ଓଡ଼ିଶା ର ଉଚ୍ଚତମ ପର୍ବତ ମାଳା ରେ ସଚେତନ ବାର୍ତ୍ତା ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ଆଜି ର ଏହି ଯୁବ ସମାଜ ଦିନ କୁ ଦିନ ନିମ୍ନ ଗାମୀ ହେବାକୁ ବସିଲାଣି। ଆମ ସନାତନ ଧର୍ମ କୁ ଓ ସଂସ୍କୃତି କୁ ଭୁଲି ଲୋକ ମାନେ ପାଶ୍ଚ୍ୟାତ୍ୟ ସଭ୍ୟତା କୁ ଆଦରି ନେଲେଣି। ଯାହା ଦେଖି ଦୁଃଖ ଲାଗେ ଆଉ ଆଶଙ୍କା ବି ଆସେ କି ଏ ଯୁବ ସମାଜ ର ଭବିଷ୍ୟତ ବା କଣ ହେବ। ଏହି ସବୁ କୁ ଦୁଷ୍ଟି ରେ ରଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ଓଡ଼ିଶା ର କୋରାପୁଟ ଜିଲ୍ଲା ର ଦେଓମାଳି ପର୍ବତ ଶିଖର ରେ ପହଞ୍ଚିଥିଲେ। ଓଡ଼ିଶା ର ଉଚ୍ଚତମ ପର୍ବତ ମଧ୍ୟ ରେ ଏହା ଅନ୍ୟତମ ଅଟେ। ପ୍ରକୁତି ତାର ସବୁ ସୋନ୍ଦର୍ୟ୍ଯ ଏଠାରେ ଓଜାଡ଼ି ଦେଇଛି । ଦେଖିବାକୁ ମନୋଲୋଭା ଦୃଶ୍ୟ ସହ ବୃକ୍ଷ ଲତା ଭରପୁର ଏହି ସ୍ଥାନ ଟି ଅଟେ। ସେହି ସ୍ଥାନ ରେ ସାଧାରଣ ଜନତା ଓ ଯୁବପୀଢ଼ି ଙ୍କ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସଚେତନ ବାର୍ତ୍ତା ଟି ଥିଲା :::: ଆସ ଆମେ "ହାଲୋ ହାଏ ଛାଡ଼ିବା, ଜୟ ଜଗନ୍ନାଥ କହିବା" । ଏହା ସହ ଆମ ଜାତୀୟ ପତାକା ଉଡ଼ାଇ ଥିଲେ। ସବୁ ଯୁବ ପୀଢ଼ି ଙ୍କୁ ଅନୁରୋଧ କରିଥିଲେ କି ସନାତନ ଧର୍ମ କୁ ନ ଭୁଲି ନିଜ ସଂସ୍କୃତି ପରମ୍ପରା କେମିତି ଆଗକୁ ବଢିବ। ଆମ ପରସ୍ପର ମଧ୍ୟ ରେ ଜୟ ଜଗନ୍ନାଥ ନାମ କେମିତି ଆଦାନ ପ୍ରଦାନ ହେବ । ଏହି ବିଷୟରେ ସଚେତନ କରାଇଥିଲେ । ଏହି ମହାନ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ ସଦସ୍ୟ ଶିବାଶିଷ ଷଡ଼ଙ୍ଗୀ, ସୌମ୍ୟ ରଞ୍ଜନ ନାୟକ ଓ ଟ୍ରଷ୍ଟ ର ପୁରୀ ଜିଲ୍ଲା ସଂଯୋଜକ ଗଜେନ୍ଦ୍ର ସେନାପତି ଓ କୋରାପୁଟ ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ଗରଡା ଉପସ୍ଥିତ ଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe