//BREAKING//
Loading...

ଦୀପାବଳି ରେ ବାଣକୁ ବର୍ଜନ, ବୃକ୍ଷ ରୋପଣ କରି ପ୍ରକୃତି ର ସୁରକ୍ଷା

ଦୀପାବଳି ରେ ବାଣକୁ ବର୍ଜନ, ବୃକ୍ଷ ରୋପଣ କରି ପ୍ରକୃତି ର ସୁରକ୍ଷା

ପ୍ରକୃତି ପ୍ରେମୀ ତଥା ସଚେତନ ନାଗରିକ ମଞ୍ଚର ଆହ୍ବାନ

ଆସିକା, ତା ୧୦/୧୧. ଆନନ୍ଦ ଓ ଖୁସିର ପର୍ବ ଦୀପାବଳୀରେ ଆତସବାଜି ବ୍ୟବହାର ବର୍ଜ୍ଜନ କରି ବୃକ୍ଷ ରୋପଣ କରି ପ୍ରକୃତି ର ସୁରକ୍ଷା କରିବା ପାଇଁ ପ୍ରକୃତି ପ୍ରେମୀ ତଥା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦୦ ରୁ ଉର୍ଦ୍ଧ ଆମ୍ବ, ପଣସ, କାଜୁ ଚାରା ବଣ୍ଟନ ଆସିକା ପୁରୁଣା ବସଷ୍ଟାଣ୍ଡ ଠାରେ କରିବା ସହ ସଚେତନ ସଭାର ଆୟୋଜନ କରାଯାଇଛି। ବାଣ ଫୁଟାଇ ଆମ ପରିବେଶ, ପ୍ରକୃତି ଓ ମାନବ ଜଗତର ଧ୍ବଂସ ସାଧନ କରନ୍ତୁ ନାହିଁ ବୋଲି ପ୍ରକୃତି ପ୍ରେମୀ ମାନେ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଆତସବାଜି (ବାଣ)କୁ ବର୍ଜ୍ଜନ କରି ବୃକ୍ଷ ରୋପଣ କରନ୍ତୁ । ଆମ ପରିବେଶ ଓ ପ୍ରକୃତି କୁ ସୁରକ୍ଷା ଜୀବନ ଓ ଜୀବିକାର ସମୃଦ୍ଧି କରି ଦୀର୍ଘଜୀବି ହେବା ପାଇଁ ସମସ୍ତେ ସଚେତନ ହେବା ପାଇଁ ଆବଶ୍ୟକ। ବିଶ୍ବ ତାପମାତ୍ରା ବୃଦ୍ଧି ବିଶ୍ବ ସମୁଦାୟ ପାଇଁ ଘୋର ଚିନ୍ତା ଓ ଉଦବେଗର ବିଷୟ ହୋଇଛି। ଜୀବନ ଓ ଜୀବିକା କ୍ଷେତ୍ରରେ ଘୋର ଅନ୍ଧକାର ମାଡ଼ି ଆସୁଅଛି। ଆମ ଦେଶର ରାଜଧାନୀ ଦିଲ୍ଲୀ ସହରର ବାୟୁ ପ୍ରଦୂଷଣ ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ବକ୍ତାମାନେ ଉପସ୍ଥାପନ କରିଥିଲେ। ବିଶ୍ବରେ ଏକ ନମ୍ବର ପ୍ରଦୂଷଣ ସହର ଭାବେ ଦିଲ୍ଲୀ ସହର ସ୍ଥାନିତ ହୋଇଛି। ଆମ ଜୀବନ କାଳ ମଧ୍ୟରେ ଦେଖି ଆସୁଛନ୍ତି ପ୍ରତିବର୍ଷ ଶୀତ ଋତୁରେ ଥଣ୍ଡା କମ୍ ଅନୁଭୂତ ହୋଇଚାଲିଛି ଏବଂ ତାପମାତ୍ରା ବୃଦ୍ଧି ହୋଇ ସବୁସମୟରେ ଗ୍ରୀଷ୍ମ ପ୍ରବାହ ହେଉଅଛି । ଜଳଚକ୍ର ବିଗିଡି ଯାଇ ବାତ୍ୟା ଓ ଅନା ବୃଷ୍ଟି ହେଉଛି । ଚାଷ ବିଗିଡିଯାଇ ଚାଷୀ ଓ ଚାଷ ଆଜି ସଂକଟାପନ୍ନ । ଅନେକ ପଶୁ ପକ୍ଷୀ ଲୋପପାଇବା ସହ ଝରଣା, ନଦୀ ଓ ନାଳ ଶୁଖିବାରେ ଲାଗିଛି। ଆମର କ୍ଷଣିକ ଆନନ୍ଦ ପାଇଁ ଜୀବଜଗତ ତଥା ଆମ ଭବିଷ୍ୟତ ବଂଶଧର ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଟିକିଏ ସଚେତନ ହୋଇପାରିଲେ ସ୍ବାସ୍ଥ୍ୟ ଉପଯୋଗୀ ପରିବେଶ ଓ ସୁଜାଳା, ସୁଫଳା ଶସ୍ୟଶ୍ୟାମଳାପୂର୍ଣ୍ଣ ପାଇଁ ଏକ ସୁନ୍ଦର ପୃଥିବୀ ସବୁଜିମା କୁ ଉପଭୋଗ କରି ସୁସ୍ଥ ସବଳ ଜୀବନ ଯାପନ କରିବା। ଆମେ ସଚେତନ ଯୋଦ୍ଧା ହେବା ନା ମାନବ ଜଗତର ଧ୍ବଂସ ର କାରଣ ହେବା ତାହା ଆମକୁ ଚିନ୍ତା କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଆସନ୍ତୁ ଦୀପାବଳି ଦିନ ଆତସବାଜି କୁ ବର୍ଜ୍ଜନ କରି ବୃକ୍ଷ ରୋପଣ ଦ୍ବାରା ସମସ୍ତଙ୍କ ପାଇଁ ଆନନ୍ଦ ଓ ଖୁସିର ପର୍ବ ର ମହତ୍ଵ ପ୍ରଦାନ କରିବା ପାଇଁ ଏହି ପ୍ରୟାସ କୁ ସାଧୁବାଦ ଜଣାଇଥିଲେ। ପ୍ରକୃତି ପ୍ରେମୀ ତଥା ସଚେତନ ନାଗରିକ ମଞ୍ଚ ର ଅଗ୍ରଣୀ ସଭ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ସାଧାରଣ ସମ୍ପାଦକ ତଥା ଶିକ୍ଷକ ସନ୍ତୋଷ ସେଠୀ, ପ୍ରକୃତି ପ୍ରେମୀ ଛାତ୍ର ଆଶିଷ ସାହୁ, ପ୍ରକୃତି ବନ୍ଧୁ ଗୁଣ୍ଡିଚା ମହାରଣା, ସାମାଜିକ କର୍ମୀ ବ୍ରହ୍ମାନନ୍ଦ ଆଚାରି, ବାମପନ୍ଥୀ ରାଜନୈତିକ କର୍ମୀ ଶଙ୍କର, ଶିକ୍ଷକ ମିହିର କାନ୍ତ ସାହୁ ଓ କୃଷ୍ଣଚନ୍ଦ୍ର ସେଠୀ, ଛାତ୍ର ଶୁଭମ୍ ରାଣା, ବିଧାନ ଚନ୍ଦ୍ର ନାୟକ, ତ୍ରିପତି ଗୌଡ଼ ଆଦି ବହୁ ପ୍ରକୃତି ପ୍ରେମୀ ତଥା ସଚେତନ ନାଗରିକ ସାମିଲ ହୋଇଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe