BJYM
BHARATIYA JANATA YUVA MORCHA
Ghumusar Organised Dist. (Ganjam)
SRI DEEPAK KUMAR PRADHAN
President, BJYM Ghumusar District
Mob.: 9337755566 / 77 / 88
Letter No....17/2023......
ସମ୍ମାନୀୟ ପୋଲିସ ମହାନିର୍ଦ୍ଦେଶକ ଓଡ଼ିଶା
ତା- 10/11/2023..
( ଥାନା ଅଧିକାରୀ ଆସ୍କା ,ଗଞ୍ଜାମ ଙ୍କ ଜରିଆରେ)
ବିଷୟ :- ଥାନା ଭାଙ୍ଗି ଆଇନକୁ ହାତକୁ ନେଇଥିବା ବିଧାୟକ ସୁଶାନ୍ତ ସିଂଙ୍କୁ ତୁରନ୍ତ ଗିରଫ କରାଯାଉ
ମହାଶୟ ଆମ୍ଭେମାନେ ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକର୍ତ୍ତା ଅଟୁ ।ଗତ ତା ୫ ନଭେମ୍ବର ୨୦୨୩ରିଖ, ରବିବାର ଦିନ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ
ଅନ୍ତର୍ଗତ ଅମ୍ବାଭୋନା ଥାନାରେ ସ୍ଥାନୀୟ ବିଧାୟକ ତଥା ବିଜୁ ଜନତାଦଳର ଶତାଧୂକ କର୍ମୀ ଯେଉଁଭଳି ଭାବରେ ଗୁଣ୍ଡା କରି ଭଙ୍ଗାରୁଜା କରିବା ସହିତ କାର୍ଯ୍ୟରତ ପୋଲିସ ଅଧିକାରୀ ମାନଙ୍କୁ
ମାଡ ମାରିଛନ୍ତି, ତାହା ନବୀନ ପଟ୍ଟନାୟକ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତର ଚରମ ଉଦାହରଣ । ଦୁଃଖର ବିଷୟ ପୁଲିସ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖୁବା ତଥା
ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାପାଇଁ ତଥା ଅପରାଧ ନିୟନ୍ତ୍ରଣ କରିବା ପାଇଁ ଦାୟିତ୍ବ ନ୍ୟସ୍ତ ଥିଲାବେଳେ, ଶାସକ ଦଳର ନେତା ଆଉ କର୍ମୀ ନିଜ ଅପରାଧିକୁ ଘୋଡାଇବା ପାଇଁ ପୁଲିସ ଥାନା ଉପରେ ଆକ୍ରମଣ କରିବା, ସାଧାରଣ ଓଡ଼ିଆଙ୍କ ପୁଲିସ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିଶ୍ବାସକୁ କମାଇଛି ।ଘଟଣା ଘଟିବାର ୧୦୦ ଘଣ୍ଟା ପୁରୁଥିବା ବେଳେ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ ନ ହେବା ଅତ୍ୟନ୍ତ ଚିନ୍ତା ଜନକ ତଥା ପୁଲିସର ସମ୍ମାନର ପ୍ରଶ୍ନ ବୋଲି ଆମେ ଅନୁଭବ କରୁଚୁ ।
ଶାସକ ଦଳର ଜଣେ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସୁଶାନ୍ତି ସିଂହଙ୍କ ସମ୍ପୃକ୍ତି ଯୋଗୁଁ ପୁଲିସ ଚୁପ୍ ବସିଛି ବୋଲି ଚର୍ଚ୍ଚା ଓଡ଼ିଶା ବାସୀଙ୍କୁ ଲଜ୍ଜିତ ଏବଂ ବିଚଳିତ କରୁଛି ।
କଣ ସାଧାରଣ ଓଡ଼ିଆ ଏବଂ ବିଜେଡି ନେତା ଏବଂ କର୍ମୀଙ୍କ ପାଇଁ ଆଇନ ଓ ପୁଲିସ ଭିନ୍ନ ରୂପ ଆପଣାଇବେ?
ଏଣୁ ଆପଣଙ୍କ ଜରିଆରେ ମହାନିର୍ଦ୍ଦେଶକ ମହୋଦୟଙ୍କୁ ଅନୁରୋଧ ଯେ',ଅପରାଧୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶ ବାସୀଙ୍କ ବିଶ୍ବାସ ଆପଣଙ୍କ ବିଭାଗ ଉପରେ ପୁନଃ ସ୍ଥାପିତ କରନ୍ତୁ ।
ଆପଣଙ୍କ ବିଶ୍ବସ୍ତ ଦୀପକ କୁମାର ପ୍ରଧାନ
ସଭାପତି
ଭାରତୀୟ ଜନତା ଯୁବମୋର୍ଚ୍ଚା
ଘୁମୁସର ସାଙ୍ଗଠନିକ ଜିଲ୍ଲା (ଗଞ୍ଜାମ) ଓଡ଼ିଶା
ABANTI NAGAR, POLASARA, GANJAM - 761105, ODISHA