ପବିତ୍ର ଅଁଳାନବମୀ ଉପଲକ୍ଷେ, ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ସହ ଶ୍ରୀକ୍ଷେତ୍ର ଏବଂ ଏକାମ୍ରକ୍ଷେତ୍ରରେ ଥିବା ମଠ ମନ୍ଦିର ଥିଲା, ଚଳଚଞ୍ଚଳ..! କାର୍ତ୍ତିକ ମାସର, ଏହି ନବମୀ ତିଥିରେ, ଭୁବନେଶ୍ୱରର ରବିଟକିଜ ଛକ ନିକଟରେ ଥିବା, ପ୍ରସିଦ୍ଧ ରାଧାବଲ୍ଲଭ ମଠ ପରିସରରେ, ପୂଜିତ ମା ' ରାଧାରାଣୀ ଏବଂ ଶ୍ରୀକୃଷ୍ଣ ମହାପ୍ରଭୁଙ୍କୁ, ଅତ୍ୟନ୍ତ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇ, ପୂଜାର୍ଚ୍ଚନା କରାଯାଇଥିଲା ... ଏଠାକୁ ଏନେକ ଶ୍ରଦ୍ଧାଳୁ , ମା ' ରାଧାରାଣୀଙ୍କ ପାଦଦର୍ଶନ କରିଥିବା ବେଳେ ମଠ ପରିସରରେ ଥିବା, ଅଁଳା ବୃକ୍ଷ ମୂଳେ, ପୂଜକଙ୍କ ପବିତ୍ର ମନ୍ତ୍ର ଧ୍ୱନି ସହ ଜଗଦ୍ଧାତ୍ରୀ ପୂଜା ସମ୍ପନ୍ନ ହୋଇଥିଲା .. ସକାଳୁ ସକାଳୁ, ଏହି ଦିବସର ମାହାତ୍ମ୍ୟକୁ ସମସ୍ତେ ଉପଲବ୍ଧି କରି, ମା'ଙ୍କ ପଦଯୁଗଳ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ, ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା...! ଭକ୍ତଙ୍କ ଦ୍ୱାରା ଦୀପଧୂପ ପ୍ରଦାନ ସହ ହରିବୋଲ ହୁଳହୁଳି ଧ୍ୱନି, ସମଗ୍ର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା.! ନିକଟରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ନନ୍ଦିଘୋଷ ରଥଙ୍କ ଚକଙ୍କୁ ମଧ୍ୟ, ଅନେକ ଭକ୍ତ ପୂଜାର୍ଚ୍ଚନା, କରୁଥିବାର ଲକ୍ଷ୍ୟ କରାଯାଇଥିଲା...! ଏହି ସମସ୍ତ ପୂଜା, ମଠର ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା ବେଳେ, ମଠର ବରିଷ୍ଠ ସେବାୟତ ଶ୍ରୀ ସତ୍ୟଶିବ ନନ୍ଦ ଙ୍କ ଦ୍ୱାରା ସମସ୍ତ ପୂଜାନୀତି ସମ୍ପନ୍ନ ହୋଇଥିଲା... ଶ୍ରୀ ସନ୍ତୋଷ କୁମାର ଦାଶ, ଶ୍ରୀ ସତ୍ୟବ୍ରତ ମହାପାତ୍ର, କେଦାରନାଥ ପୁଷ୍ପାଳକ, ଚରଣ କିଶୋର ପଣ୍ଡା, ପ୍ରକାଶ ଚନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ରାୟ, ହରିବୋଲ ବାବା ଏବଂ ରାଜେନ୍ଦ୍ର ପାତ୍ର ପ୍ରମୁଖ,ଏହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ...! ସେହିପରି ବିଜେବି ନଗରସ୍ଥିତ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରେ, ଅନୁରୂପ ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା.. ମନ୍ଦିରର ବରିଷ୍ଠ ସେବାୟତ ଶ୍ରୀ ପ୍ରକାଶ କୁମାର ମିଶ୍ର, ଶ୍ରୀ ଭାଗବତ ପଣ୍ଡା, ପ୍ରଦୀପ କୁମାର ମିଶ୍ର, ଦିବ୍ୟ ଶଙ୍କର ପଣ୍ଡା, ଆର୍ତ୍ତ ମିଶ୍ର ଏବଂ ବସନ୍ତ ମହାପାତ୍ରଙ୍କ ଦ୍ୱାରା ସମସ୍ତ ଦେବନୀତି ସହିତ, ଅଁଳା ବୃକ୍ଷ ମୂଳେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା ବେଳେ,ଶ୍ରୀ ଭାସ୍କର ସ୍ୱାଇଁ ପ୍ରମୁଖ, ଏହି କାର୍ଯ୍ୟରେ ସହଯୋଗ କରିଥିଲେ....!! ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଏହି ଉତ୍ସବକୁ ପରିଚାଳନା କରିଥିଲେ...! ଭୁବନେଶ୍ୱରରୁ ଗଙ୍ଗାଧର ରଥଙ୍କ ରିପୋର୍ଟ ସଂଘର୍ଷ ଟିଭି ....! *** ବାଇଟ - 3ଟା ଅଛି..!
ପବିତ୍ର ଅଁଳାନବମୀ ଉପଲକ୍ଷେ, ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ସହ ଶ୍ରୀକ୍ଷେତ୍ର ଏବଂ ଏକାମ୍ରକ୍ଷେତ୍ରରେ ଥିବା ମଠ ମନ୍ଦିର
By: SANGHARSA TV
0
Tags
Devotional News