//BREAKING//
Loading...

ଆନ୍ତର୍ଜାତୀୟ ପ୍ରାକୃତିକ ଦିବସରେ ପାଳିତ ସହିତ ଚରକଇନଷ୍ଟିଚ୍ଯୁଟ୍ ଅଫ ୟୋଗା ଟ୍ରଷ୍ଟ ତରଫରୁ ଡଃ ତନ୍ମୟ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା

ଆନ୍ତର୍ଜାତୀୟ ପ୍ରାକୃତିକ ଦୀବସରେ ପାଳିତ ସହିତ ଚରକଇନଷ୍ଟିଚ୍ଯୁଟ୍ ଅଫ ୟୋଗା ଟ୍ରଷ୍ଟ ତରଫରୁ ଡଃ ତନ୍ମୟ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର ଠାରେ ଥିବା ମେଫାୟାରଲାଗୁନ ହେଟେଲରେ 
ଆଜି ଆନ୍ତର୍ଜାତୀୟ ପ୍ରାକୃତିକ ଦୀବସ ପାଳିତ ହୋଇଯାଇଛି,INO ଆନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଙ୍ଗଠନ ଦିଲ୍ଲୀ ତରଫରୁ ଆଜି ୬ଷ୍ଠ ତମ ଆନ୍ତର୍ଜାତୀୟ ପ୍ରାକୃତିକ ଦୀବସ ଅନୁଷ୍ଠିତ ହୋଇଥିଲା, ସମାଜସେବୀ ତଥା ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଚରକଇନଷ୍ଟିଚ୍ଯୁଟ୍ ଅଫ ୟୋଗା ଟ୍ରଷ୍ଟର ସମ୍ପାଦକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ନେତୃତ୍ବରେ ପ୍ରାକୃତିକ ଚିକିତ୍ସା ଦୀବସ ଅନୁଷ୍ଠିତ ହୋଇଯାଇଥିଲା, ଏଥିରେ ମୁଖ୍ଯ ଅତିଥି ଭାବରେ ଭୁବନେଶ୍ବର ଏମ୍ସ ମେଡିକାଲର ଯେକି ଜଗାବଳିଆ ଯୋଡାମୁଣ୍ଡକୁ ଅପରେସନ କରି ସଫଳତାଅର୍ଜନ କରିଥିବା ଡକ୍ଟର ଅଶୋକ କୁମାର ମହାପାତ୍ର ମୁଖ୍ଯ ବକ୍ତା ଡକ୍ଟର ସତ୍ଯବ୍ରତ ମିନକେତନ, ମୁଖ୍ଯ ସନମ୍ମାନୀୟ ଅତିଥୀ ଡକ୍ଟର ଏ ପ୍ରିୟଙ୍କା ଏବଂ ଡଃ ସୁଜାତା ପଣ୍ଡା,ଗୁରୁଚରଣ ଜେନା, ଡଃ କପିଳ ଭଟ୍ଟାଚାର୍ଜ୍ଯ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସଫଳ କରିଥିଲେ,ପ୍ରଥମେ 
ଭାରତମାତାଙ୍କ ନିକଟରେ ଦୀପପ୍ରଜ୍ଜଳନ କରି ପ୍ରାକୃତିକ ଚିକିତ୍ସା ବିଷୟରେ ଆଲୋଚନା କରାଯାଇ ମାଟିର ପ୍ରଲ୍ଲପନ ମାଟିପଟି ଚିକିତ୍ସା କରାଯାଇଥିଲା,ପରେପରେ ଅତିଥିମାନେ ଯୋଗପ୍ରାଣାୟମ ଏବଂ ପ୍ରାକୃତିକ ଚିକିତ୍ସା ବିଷୟରେ ଖୁବସୁନ୍ଦରଭାବେ ବୁଝାଇ କହିଥିଲେ,ପରେପରେ ସ୍ବାସ୍ଥ୍ଯକ୍ଷେତ୍ରରେ ସୁନାମଧନ୍ଯ ଅର୍ଜନ କରିଥିବା ତଥା ବାଳକାଟି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତଃ ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କୁ ଉତ୍କଳ ସୁଯୋଗ୍ୟ ସନ୍ତାନମାନଙ୍କ ମଧ୍ୟରେ ଆପଣ ଅନ୍ୟତମ । ଗରିବ ଅସହାୟ ଲୋକମାନଙ୍କ ପ୍ରତି ଆପଣଙ୍କ ଉଦାରତା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ପାଲଟିଛି । ମାନବସେବା ହିଁ ମାଧବ ସେବା ଏହାକୁ ପାଥେୟ କରି ଗରିବ ମାନଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସହଯୋଗ କରି ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ଆପଣ ସାମିଲ କରିପାରିଛନ୍ତି । ଆପଣଙ୍କ ପରି ସତ୍ୟନିଷ୍ଠ, ଦରଦୀ ସମାଜସେବୀଙ୍କୁ ଆଜିର ଏହି ମହାର୍ଘ୍ୟ ମୁହୂର୍ତ୍ତରେ ଓଡିଶା ସରକାରଙ୍କ ଦ୍ବାରା ପଞ୍ଜିକୃତ ଚରକଇନଷ୍ଟିଚ୍ଯୁଟ୍ ଅଫ ଯୋଗା ଟ୍ରଷ୍ଟ, ବାଳକାଟି ଆପଣଙ୍କର ସମସ୍ତ କର୍ତ୍ତବ୍ଯନିଷ୍ଠାର କାର୍ଯ୍ଯକୁ ସମ୍ମାନ ଜଣାଇ ଆଜି ୬ଷ୍ଠତମ ଆନ୍ତର୍ଜାତୀୟ ପ୍ରାକୃତିକ ଦୀବସ ଅବସରରେ ଡକ୍ଟର ତନ୍ମୟ ତ୍ରିପାଠୀଙ୍କୁ ସମ୍ମାନରେ ସମ୍ମାନିତ କରି ଚରକଇନଷ୍ଟିଚ୍ଯୁଟ୍ ଅଫ ଯୋଗା ଟ୍ରଷ୍ଟ, ବାଳକାଟି ବେଶ୍ ଗୌରବାନ୍ୱିତ ମନେ କରୁଛୁ । ମହାପ୍ରଭୁ ଆପଣଙ୍କ ଚଲାପଥକୁ କୁସୁମିତ କରନ୍ତୁ ଏହା ହିଁ ପ୍ରାର୍ଥନା ବୋଲି ଚରକଇନଷ୍ଟିଚ୍ଯୁଟ୍ ଅଫ ଯୋଗା ଟ୍ରଷ୍ଟର ସଭ୍ଯମାନେ ଜଣାଇଥିଲେ |ପରେପରେ ଅଂଶ ଗ୍ରହଣ କରିଥିବା ଫିଜିଓଥିରାଫି ଛାତ୍ରୀ ସୁଭଦ୍ରା ବେହେରା,ସୁନିତା ବେହେରା ଏବଂ ଚରକଇନଷ୍ଟିଚ୍ଯୁଟ୍ ଅଫ ଯୋଗାର ଛାତ୍ରଛାତ୍ରୀଙ୍କ ସହିତ ବାଳକାଟି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରରେ ଥିବା କିଛି ଆଶାଦିଦି ମାନଙ୍କୁ ଯଥା ନମିତା ସାହୁ,ରିତାରାଣୀ ଗୋଚ୍ଛାୟତ,ବାସନ୍ତି ପଣ୍ଡା,ସସ୍ମିତା ସାହୁ ଏବଂ ଅନ୍ଯମାନଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ଶେଷରେ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଶାନ୍ତିପାଠ କରାଯାଇଥିଲା ତାପରେପରେ ରାତ୍ରିଭୋଜନ କରି ପ୍ରାକୃତିକ ଚିକିତ୍ସା କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe