ଗୋବର୍ଦ୍ଧନ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମହକୁମା ର ଗୋବର୍ଦ୍ଧନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ହାତୀ ମଧ୍ୟାହ୍ନ ଭୋଜନ ଚାଉଳ 05 ବସ୍ତା ବିକ୍ରୀ କରିଥିବା ନେଇ ଗ୍ରାମ ବାସୀ ଓ ସ୍କୁଲ କମିଟି ସଦସ୍ୟ ମିଶି ଏକ ସଭା କରି 18,10,2023 ତାରିଖରେ ବି ଇ ଓ ଅଫିସ କୁ ଯାଇ ଅଭିଯୋଗ କରିଥିଲେ। ଗ୍ରାମବାସୀ ଓ ସ୍କୁଲ କମିଟି କୁ ତଦନ୍ତ କରି ଘଟଣା ଟି ସତ୍ୟ ବୋଲି ଜାଣିବା ପରେ ତଦନ୍ତକାରୀ ଅଫିସରମାନେ ମୁନିଗୁଡ଼ା ବି ଇ ଓ ଙ୍କୁ ଶୂଚନା ଦେଇଥିଲେ ।ଏ ବି ଇ ଓ ସୁବାସ ସିଂହ, ପ୍ରସନ୍ନ କୁମାର ପାତ୍ର,ସହଦେବ ଚିଚୁଆନ ଏହି ତିନିଜଣ ଗ୍ରାମକୁ ଯାଇ ତଦନ୍ତ କଲେ ଘଟଣା ଟି ସତ୍ୟ ବୋଲି ପଡ଼ିଥିଲା।ଚାଉଳ 5 ବସ୍ତା ବିକ୍ରୀ କରିଥିବା ସତ୍ୟ ବୋଲି ବିଓ ସାର ଙ୍କୁ ଆସି ଜଣାଇଲେ । ଚାଉଳ ବିକ୍ରୀ ଘଟଣା କୁନେଇ ଗୋବର୍ଦ୍ଧନ ଗ୍ରାମ ବାସୀ ଓ ସ୍କୁଲ କମିଟି ଆସି ବିଓ ଙ୍କୁ ପଚାରିବାରୁ ମୁ ସମ୍ପ୍ରକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଖି ଠାଉରିୟା ଭାବେ ଗ୍ରାମବାସୀ ଙ୍କୁ ବୁଝା ସୁଝାକରି ପଠାଇ ଦେଇଥିଲେ । କିନ୍ତୁ ପରିତାପର ବିଷୟ ଏହିକିଯେ ପ୍ରଧାନ ଶିକ୍ଷୟତ୍ରୀ ବିକ୍ରୀ କରିଥିବା ଚାଉଳ, ସ୍କୁଲ କମିଟି କୁ ନ ଜଣାଇ ବିନା ଅନୁମତିରେ ସ୍କୁଲ ପାସ୍ ବୁକ୍ ରୁ ମଧ୍ୟ ଟଙ୍କା ଉଠାଇ ନେଇଥିବା ଏବଂ ସ୍କୁଲ ଗୃହରେ ଥିବା ଝରକା କାଡି ନେଇ ଯାଇଥିବା ନେଇ, ସ୍କୁଲର ଚୌକି ଭାଙ୍ଗି ଦେଇଥିବା ଏହି ଭଳି ବାରମ୍ୱାର ଭୁଲ୍ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଗ୍ରାମ ବାସୀ ଅଭିଯୋଗ କରିଛ। ସମ୍ପୃକ୍ତ ଶିକ୍ଷୟତ୍ରୀ ହଡ଼ପ ପ୍ରସଙ୍ଗକୁ ତଦନ୍ତ କରୁଥିବା ଅଫିସର୍ ପ୍ରସନ୍ନ କୁମାର ପାତ୍ର ଙ୍କ ନାମରେ ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶ ମନୋଭାବ ହୋଇ ନିଜସ୍ବ ଦୋଷ କୁ ଲୁଚାଇ ବା ନିମନ୍ତେ ମୁନିଗୁଡ଼ା ଥାନା ରେ ଏତଲା ମଧ୍ୟ ଦିଆଯାଇଥିଲା ତାହାକୁ ମଧ୍ୟରେ ଶେଷରେ ଉଭୟ, କିଭଳି ମଧୁଚନ୍ଦ୍ରୀକା ରେ ବିଓ ଜରିଆରେ ସମାଧାନ କରା ଯାଇଥିବା ଗ୍ରାମ ବାସୀ ଙ୍କ ତରଫରୁ ଫୁସୁରୁ ଟୁପୁରୁ ହେଉଥିବା ଜଣା ପଡ଼ିଛି।ଏହି ବିଷୟକୁ ନେଇ ବିଓ ଙ୍କୁ ମତାମତ ପଚାରିବାର ଗଣମାଧ୍ୟମ ଆଗରେ କହିବାକୁ ମନା କରିଥିଲେ । ପରିତାପର ବିଷୟ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ବେଳେ ବେଳେ ପିଲାଙ୍କୁ ନ ପଢ଼ାଇ ସ୍କୁଲ ଅଫିସ୍ ରେ ଆସି ଶୋଇ ଥିବା ବେଳେ ଏମ୍ ଡି ଏମ୍ ଚାଉଳସ୍କୁଲର ଚୌକି, ଝରକା, ପିଲା ମାନଙ୍କୁ ଏମ୍ ଡି ଏମ୍ ଚାଉଳ ଡାଲି ରାନ୍ଧୁ ଥିବା ହାଣ୍ଡି ଡେକଚି ରୁସେଇ ଘରୁ ବାହାରେ ନେଇ ସ୍କୁଲ ବାହାରେ ଝଗଡ଼ା କରି ଫିଙ୍ଗିବାରୁ ଛାତ୍ର ଛାତ୍ରୀ ନିମନ୍ତେ ଏମ୍ ଡି ଏମ୍ ରାନ୍ଧୁ ଥିବା ପାଚିକା ଶାଇବାଣି ନାଏକ କ୍ଷୋଭ ପ୍ରକାଶ କରିଛନ୍ତି ସେହି ଭଳି ଶିକ୍ଷୟତ୍ରୀ ଙ୍କର ବିରୋଧରେ ଦୃଷ୍ଟାନ୍ତ କାର୍ଯୟାନୁଷ୍ଠାନ ଗ୍ରହଣ ନ କରି ବିଇଓ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ସଲା ସୂତରା ହୋଇ ରହସ୍ୟ ଅନ୍ୟତ୍ର ସ୍କୁଲ କୁ ବୋଦଳି କରଯାଇଛି ବୋଲି ଗ୍ରାମ ବାସୀ ଓ ପୂର୍ବତନ ସ୍କୁଲ କମିଟି ସଭାପତି ପୁର୍ଣ୍ଣଚନ୍ଦ୍ର ମୁଣିଆକା ଓ ବାଡ଼ିଗା ସୁରୀ, ସ୍କୁଲ ଠାରେ ରୋଶେଇ କରୁଥିବା ଶାଇବାଣି ନାଏକ,ପ୍ରମୁଖ ଅଭିଯୋଗ କରିଛନ୍ତି । ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ।