ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛଡ଼ା ଆନ୍ଦୋଳନ ଯୋଗୁଁ, ୨୮କିଲୋମିଟର ଚାଲିଲେ ବାହାଘର ବାରାତି ହୋଇ ଯିବା ନୂତନ ବର
ରାୟଗଡା (୧୭-୦୩-୨୦୨୩) ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିରିଂଙ୍ଗ ଛାଡ ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ଅଭିଶାପ। ଚକ ଅଖ ବନ୍ଦ ଡାକରା ଯୋଗୁଁ ଅନେକ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ନିତ୍ୟ ବ୍ୟବହାର ଜିନିଷ ଦରଦାମ ଆକାଶକୁ ଛୁଇଁଛି। ଡ଼୍ରାଇଭର ମାନଙ୍କ ଷ୍ଟିରିଙ୍ଗ ଛାଡ ଡାକରା ଯୋଗୁଁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତ ଏକ ନୂତନ ବରପିଲାର ବାହାଘର ହେବା ନିମନ୍ତେ ନିଜ ଗାଁ ଲୋକ ପରିବାର ଓ ନିଜ ସମ୍ପର୍କୀୟ ସହ କନ୍ୟା ଘର କୁ ଦୀର୍ଘ ୨୮ କିଲୋମିଟର୍ ଚାଲି ଚାଲି ବରାତି ପାର୍ଟି ଯିବା ସାମ୍ନା କୁ ଆସିଲା ଥିଲା।ଯାହା କି ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ସହ ଡ୍ରାଇଭର ମାନଙ୍କ ବନ୍ଦ ର ପ୍ରଭାବ ପଡିଛି ବୋଲି ଅଞ୍ଚଳ ଚର୍ଚ୍ଚା ଜୋର ଧରିଛି।
ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ