ଭୁବନେଶ୍ୱର:- ଆଜି ସବୁ କ୍ଷେତ୍ରରେ ମହିଳା ମାନେ ନିଜର ଭୂମିକାକୁ ପ୍ରତିପାଦିତ କରି ଆସିଛନ୍ତି I ସେହିପରି ରାଷ୍ଟ୍ର ତଥା ଦେଶ ଗଠନରେ ମହିଳା ମାନଙ୍କ ପ୍ରମୁଖ ଭୂମିକା ଥିବା ପ୍ରମାଣିତ ହୋଇଛି I ଏହି କ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ନିଜର ଉତ୍କର୍ଷତା ହାସଲ କରିଥିବା ମହିଳା ମାନଙ୍କୁ ଗ୍ରାଣ୍ଡ କୁଇନ୍ସ କ୍ଳବ ପକ୍ଷରୁ ଗ୍ରାଣ୍ଡ କୁଇନ୍ସ ଲିଡରସିପ ସମ୍ମାନରେ ସମ୍ମାନିତ କରାଯାଇଛି I ଏଥିରେ ୧୩ ଟି ଭିନ୍ନ ଭିନ୍ନ ବର୍ଗ ପାଇଁ ୨୧ ଜଣ ମହିଳାଙ୍କୁ ବଛା ଯାଇ ଗ୍ରାଣ୍ଡ କୁଇନ୍ସ ଲିଡରସିପ ସମ୍ମାନରେ ସମ୍ମାନିତ କରାଯାଇଛି I ଏଥିରେ ଚାକିରୀ ତ୍ୟାଗ କରି ସମାଜସେବା ଓ ରାଜନୀତିରେ ପାଦ ରଖିଥିବା ରେମୁଣା ଅଞ୍ଚଳର ସମିତି ସଭ୍ୟା ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସଙ୍କୁ ଗ୍ରାଣ୍ଡ କୁଇନ୍ସ ଲିଡରସିପ ସମ୍ମାନରେ ସମ୍ମାନିତ କରାଯାଇଛି I ବିଗତ କିଛି ବର୍ଷ ହେବ ରେମୁଣା ଅଞ୍ଚଳରେ ସମାଜସେବା କ୍ଷେତ୍ରରେ ଶ୍ରୀମତୀ ଦାସଙ୍କ କାର୍ଯ୍ୟକୁ ଦେଖି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି I ଏହି ସମ୍ମାନ ପାଇବା ପରେ ନିଜ ବକ୍ତବ୍ୟରେ ଶ୍ରୀମତୀ ଦାସ କହିଛନ୍ତି ଯେ ଏହି ସମ୍ମାନ ମୋ ଅଞ୍ଚଳ ବାସୀଙ୍କ ମୋ ପ୍ରତି ଥିବା ଭଲ ପାଇବାର ଜ୍ୱଳନ୍ତ ନିଦର୍ଶନ ସଦୃଶ୍ୟ I ଏହା ମୋତେ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ I ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ମହିଳା ମାନଙ୍କ ବିକାଶ ଲାଗି ଆମ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେହି କାର୍ଯ୍ୟକୁ ମୋ ବରୁଣସିଂ ପଞ୍ଚାୟତ ତଥା ରେମୁଣା ନିର୍ବାଚନ ମଣ୍ଡଳୀ ଆଗେଇ ନେବା ପାଇଁ ମୁଁ ନିରନ୍ତର ଚେଷ୍ଟା କରିବି I ଏଠାରେ ସୂଚନା ଯୋଗ୍ୟଯେ ନିକଟରେ ଶ୍ରୀମତୀ ଦାସ ସମାଜ ସେବା ପାଇଁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ "ଶ୍ରୀସମ୍ପୂର୍ଣ୍ଣI" ସମ୍ମାନରେ ସମ୍ମାନିତ ହୋଇଥିଲେ I ସମାଜସେବା କ୍ଷେତ୍ରରେ ଶ୍ରୀମତୀ ଦାସଙ୍କ ଏହି ସ୍ୱୀକୃତି ଉତ୍ତର ପିଢିଙ୍କୁ ଏହି କ୍ଷେତ୍ରରେ କାର୍ଯ୍ୟ କରିଵା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି I
ଗ୍ରାଣ୍ଡ କୁଇନ୍ସ ଲିଡରସିପ ସମ୍ମାନରେ ସମ୍ମାନିତ ହେଲେ ମହିଳା
By: SANGHARSA TV
0
Tags
www.sangharsatv.in