ଆସିକା,୨୩/୦୪: ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଆସିକା ବ୍ଲକ୍ କେନ୍ଦୁପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ (ଟୁଟୁ) ନିଯୁକ୍ତି ପାଇଛନ୍ତି । ଏ ସମ୍ପର୍କରେ ରାଷ୍ଟ୍ରୀୟ ସଂଗଠନର ସଭାପତିଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସଭାପତି ରବି ରଥ ଜିଲ୍ଲା ସଭାପତି ଭାବେ ମଲ୍ଲିକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଟୁଟୁ ମଲ୍ଲିକ ଆସିକା ଅଞ୍ଚଳରେ ବେଶ୍ ଲୋକପ୍ରିୟ ନେତା ଭାବେ ତାଙ୍କର ସୁନାମ ରହିଛି । ବିଜେଡି ସଂଗଠନ କୁ ଦୃଢ ଓ କ୍ରିୟାଶୀଳ କରିବା ଦିଗରେ ଟୁଟୁ ମଲ୍ଲିକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବାରୁ ଗଞ୍ଜାମ ଜିଲ୍ଲା ତଥା ଆସିକା ଅଞ୍ଚଳରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଟୁଟୁ ମଲ୍ଲିକ ନିଯୁକ୍ତି ପାଇବା ପରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଦେଖା ଦେଇଥିବା ଅବ୍ୟବସ୍ଥା ଦୂର କରିବା ସହ ସରପଞ୍ଚ ମାନଙ୍କୁ ଆଗାମୀ ଦିନରେ ଦରମା ବୃଦ୍ଧି ଓ ଭତ୍ତା ପ୍ରଦାନ ସହିତ ପଞ୍ଚାୟତରାଜ ଅଧିନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ଗଞ୍ଜାମ ଜିଲ୍ଲାରେ କ୍ରିୟାଶୀଳ କରିବେ ଓ ଖୁବଶୀଘ୍ର ସରପଞ୍ଚ ମାନଙ୍କ ଜିଲ୍ଲାସ୍ତରୀୟ ସମାବେଶ ଆୟୋଜନ କରାଯାଇ ପଞ୍ଚାୟତ ମାନଙ୍କର ସମସ୍ୟା ସମାଧାନ ଦିଗରେ ବ୍ୟାପକ ବିଚାର ବିମର୍ଶ କରାଯିବ ବୋଲି କହିଛନ୍ତି।
ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଗଞ୍ଜାମ ଜିଲ୍ଲା ସଭାପତି ହେଲେ ଭବାନୀ ଶଙ୍କର ମଲ୍ଲିକ(ଟୁଟୁ)
By: SANGHARSA TV
0