Category ଋଷିକୂଲ୍ୟ ବଡନଦୀ ପର୍ଯ୍ୟଟନ ସଙ୍ଗମ ସ୍ଥଳ ଉନ୍ନୟନ ନିମନ୍ତେ ବୈଠକ By: SANGHARSA TV April 23, 2023 0 ଗଙ୍ଗା ଠାରୁ ହଜାରେ ବର୍ଷରେ ବଡ ବୋଲି ପୂରଣରେ ବର୍ଣ୍ଣିତ ଥିବା ଋଷିକୂଲ୍ୟା ନଦୀର ସଙ୍ଗମ ସ୍ଥଳ ଯେଉଁଠି କି ବଡନଦୀ ମିଶିଛି ସେହିଭଳି ସ୍ଥାନ ହେଉଛି ଆସିକା ଅଞ୍ଚଳ.ପବିତ୍ର ଋଷିକୂଲ୍ୟା ନଦୀରେ ପର୍ଯ୍ୟଟନ ବିକାଶ ସାଙ୍ଗକୁ ସଙ୍ଗମ ସ୍ଥଳକୁ ଉନ୍ନତିକରଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା.ଉତ୍ତର ବାଙ୍କ ଠାରେ ଋଷିକୂଲ୍ୟା ଆଳତୀ ନିମନ୍ତେ ପ୍ରସ୍ତାବ ରଖିଥିଲେ ଉପସ୍ଥିତ ବୁଦ୍ଧିଜୀବୀ.ଋଷିକୂଲ୍ୟା ନଦୀ ତତରେ ବହୁ ମୁନିଋଷି ତପସ୍ୟା ଓ ଯୋଗାଧ୍ୟାନ କରି ଏହି ନଦୀକୁ ପବିତ୍ର କରିବା ସହିତ ଏହାର ମହତ୍ତ୍ୱକୁ ବଢ଼ାଇ ପାରିଛନ୍ତି ବୋଲି ଉପସ୍ଥିତ ଜ୍ଞାନୀଗୁଣୀ ବ୍ୟକ୍ତି ବିଶେଷ ମାନେ ମତ ଉପସ୍ଥାପନ କରିଥିଲେ. ଋଷିକୂଲ୍ୟା ନଦୀରେ ଉତ୍ପତ୍ତି ସ୍ଥଳ ଠାରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ପରିସରକୁ ନେଇ ଏକ ବିରାଟ ପ୍ରକଳ୍ପ ନିମନ୍ତେ ଉଦ୍ୟମ କରିବା ନିମନ୍ତେ ଆସିକା ଅଞ୍ଚଳର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା ସହିତ ପ୍ରସ୍ତାବ ରଖିଥିଲେ. ଆସିକା ଅଞ୍ଚଳ ବନ୍ୟା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହି ପ୍ରକଳ୍ପ ହେଲେ ବନ୍ୟା ଦାଉରୁ ମଧ୍ୟ ରକ୍ଷା ମିଳିପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ.ଏହି ପ୍ରସ୍ତବକୁ ପର୍ଯ୍ୟଟନ ବିଭାଗକୁ ଆବେଦନ ଆବେଦନ କରାଯାଇଥିଲା ଏବଂ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡୁଛି. ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରାଯାଇଛି. Copy this URLCopy