ବାଲୁଗାଁ:-ରବିବାର ପୂର୍ବାହ୍ନରେ ଶିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ କଳିଜୁଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ୨୦୨୧ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଯାଇଛି।ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ବିଗତ ଦିନର ଶୈକ୍ଷିକ ପରିବେଶ ଏବଂ ବର୍ତ୍ତମାନ ସ୍ଥିତିରେ ଶିକ୍ଷ୍ୟାକୁ ନେଇ ଆଲୋଚନା କରାଯାଇଥିବା ବେଳେ ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମିତ୍ତ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥି ସହିତ ଶିବ ସାହୁଙ୍କ ତତ୍ୱବାଧାନରେ ମନ୍ଦିର ପରିବେଶକୁ ପରିଷ୍କାର କରାଯାଇଥିଲା।ଏହି ଅବସରରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ବ୍ରହ୍ମପୁର ନାଳନ୍ଦା ବିଦ୍ୟାମନ୍ଦିରରେ ଟପ୍ପର ବାଦଲ ଲେଙ୍କାଙ୍କୁ (୯୩.୮ %) ସମ୍ଭର୍ଦ୍ଧନା ଦେବାସହ ସାଥି ସାଙ୍ଗମାନେ ଶୁଭେଚ୍ଛା ଜଣାଇଥିଲେ।ବାଲୁଗାଁ ରୁ ଆଦିତ୍ୟ ବେହେରା ଙ୍କ ରିପୋର୍ଟ ସଂଘର୍ଷ ଟିଭି