//BREAKING//
Loading...

ରାଜପଥ କୁ ବିପଦ ନଳକୂପ ପାଣି

................................
ଧରାକୋଟ,18/6/23
ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ରାସ୍ତା । ଲକ୍ଷ୍ୟ ରହିଛି ଉତ୍ତମ ମାନର ଭିତ୍ତି ଭୂମି ଥାଇ ସଡକ ନିର୍ମାଣ ହେଲେ ଦୁର୍ଘଟଣା କମିବା ସହ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆସିବ। ହେଲେ ନିର୍ମାଣ ସମୟରେ ସାମାନ୍ୟ ଅଣଦେଖା କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣା ଘଟୁଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଶେରଗଡ଼.. ବଡଗଡ..ସୋରଡା ରଜ୍ୟ ରାଜପଥ 36 ର ମାଣିକ୍ୟ ପୁର ବସ ଷ୍ଟାଣ୍ଡ ନିକଟସ୍ଥ ଗୌଡ଼ ସାହିରେ । ଗୌଡ଼ ସାହି ଦେଇ ଯାଇଥିବା ରାଜ୍ୟ ରାଜପଥ ପାର୍ଶ୍ବରେ ରହିଛି ଏକ ନଳକୂପ। ଏହି ନଳକୂପ ଉପରେ ସାହିର ପଚାଶ ଗୋଟି ପରିବାର ନିର୍ଭର କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ନଳକୂପ ର ଅବ୍ୟବହୃତ ବଳକା ପାଣି କୁ ପ୍ଲାଟ ଫାର୍ମ ନିକଟରେ ନନ୍ଦ ରଖି ତାହା ଭିତରକୁ ଛାଡ଼ିବା କଥା। ତାହେଲେ ବଳକା ପାଣି ରାସ୍ତା ଉପରେ ଏଣେ ତେଣେ ପ୍ରବାହିତ ହୁଅନ୍ତା ନାହିଁ। ହେଲେ ପଞ୍ଚାୟତ ରାଜ ଓ ପିଇବା ପାଣି ବିଭାଗ ହେଉ କିମ୍ବା ସ୍ଥାନୀୟ ପଞ୍ଚାୟତ ଏହି ସାମାନ୍ୟ ତ୍ରୁଟିକୁ ଭୁଲିଯିବା ସହ ଅଣଦେଖା କରିବା ଯୋଗୁଁ ବଳକା ପାଣି ରାସ୍ତାରେ ବୋହିଯାଇ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣା ଘଟୁଛି। କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଛି କିନ୍ତୁ ସାମାନ୍ୟ ତ୍ରୁଟିକୁ ସୁଧାରୁ ନଥିବା ଯୋଗୁଁ ରାସ୍ତା ନଷ୍ଟ ହେଉଛି । ଆଶ୍ଚର୍ଯ୍ୟର କଥା ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଚଳାଚଳ କରିବା ସହ ପ୍ରଶାସନିକ ବାବୁ ମାନେ ମଧ୍ୟ ଯାତାୟାତ କରୁଛନ୍ତି,କିନ୍ତୁ କାହାରି ନଜର ଏହା ଉପରେ ପଡୁନାହିଁ। ଏଣୁ ତୁରନ୍ତ ଏଥିରେ ସୁଧାର ଆଣିବା ପାଇଁ ଜନସାଧାରଣରେ ଦାବି ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe