//BREAKING//
Loading...

ମାଛ ଧରିବା ବେଳେ ବଜ୍ରପାତରେ ଟଳିପଡ଼ିଲେ ବାପ-ପୁଅ---

ବାଲୁଗାଁ, ୩୧/୭: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ୧ନଂ ୱାର୍ଡ ଶାନ୍ତିନଗର ବାସିନ୍ଦା ୬୦ ବର୍ଷୀୟ ଧୀବର ବିଧାନ ବିଶ୍ୱାସ ଓ ୩୦ ବର୍ଷୀୟ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ । ଠିକ୍ ସେହି ସମୟରେ ଉଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା । ପରିବାରବର୍ଗ ଏହି ଖବର ଜାଣିବା ପରେ ଉଭୟଙ୍କ ମୃତଦେହ ଚିଲିକାରୁ ଉଦ୍ଧାର କରି ଗ୍ରାମକୁ ଆଣିଛନ୍ତି । ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe