//BREAKING//
Loading...

ଜନ୍ମାଷ୍ଟମୀ ଉପଲକ୍ଷେ ବିଧାୟିକା ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ


ଜନ୍ମାଷ୍ଟମୀ ଉପଲକ୍ଷେ ବିଧାୟିକା ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ

ଆସିକା 06/09/23(ମନୋଜ କୁମାର ସାହୁ)ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବନପୁର ଗ୍ରାମରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ କରକମଳ ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାବନପୁର ସରପଞ୍ଚ ସଞ୍ଜୟ ନାହାକ ଏବଂ ସମିତି ସଭ୍ୟ ସନ୍ତୋଷ ଜେନାଙ୍କ ନେତୃତ୍ୱରେ ପ୍ରଥମେ ବିଧାୟିକା ଙ୍କ ଦ୍ୱାରା ଦଣ୍ଡକାଳୀ ମନ୍ଦିର ର ମୁଖଶାଳା ନିମନ୍ତେ 05 ଲକ୍ଷ, ରଘୁନାଥମନ୍ଦିର ଷ୍ଟୋର ରୁମ ପାଇଁ 4 ଲକ୍ଷ 50 ହଜାର,ପନ୍ଦରl ସାହି କୋଲାନି 02 ଲକ୍ଷ, କୁମ୍ଭାର ସାହି କୋଠଘର 02 ଲକ୍ଷ, ଲକ୍ଷ୍ମୀ ମନ୍ଦିର ନିର୍ମାଣ ସକାଶେ 04ଲକ୍ଷ 50 ହଜାର, ସ୍ବର୍ଗତ ଲଡ଼ୁ କିଶୋର ସ୍ୱାଇଁ ଙ୍କ ସାଂସଦ ପାଣ୍ଠିରୁ 05 ଲକ୍ଷରେ କୋଠ ଘର ନିର୍ମାଣ, ଗଣେଶ ମନ୍ଦିର ନିର୍ମାଣର୍ଥେ 03 ଲକ୍ଷ ଟଙ୍କା,10 ଲକ୍ଷ ଟଙ୍କା ରେ ତିଆରି ହୋଇଥିବା ବଜାର ଗୃହ ନିର୍ମାଣ କାମ ର ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ରାଜେଶ ପଟନାୟକ ଙ୍କ ଅଧକ୍ଷତା ରେ ବ୍ଲକ ଅଧକ୍ଷ ତ୍ରିବେଣୀ ନାହାକ, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଦିଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ,ଆସିକା ବ୍ଲକ ଉପାଧ୍ୟାକ୍ଷା ରେଶମା ଦୋରା, ଏନ ଏ ସି ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ,, ସରପଞ୍ଚ ଜୟନ୍ତୀ ବେହେରା,ଦୈତାରୀ ବେହେରା, ଜୟଶେନ ସ୍ୱାଇଁ, ଟୁଲୁ ଜେନା, ଦୁର୍ଗା ବେହେରା, ବିଜୟ ନାହାକ, ନଗାର୍ଜୁନ ବିଶୋଇ, ସନ୍ତୋଷ ସ୍ୱାଇଁ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା,ସରପଞ୍ଚ ଦେବେରାଜ ନାହାକ ପ୍ରମୁଖ ଜନ୍ମାଷ୍ଟମୀ ଅଵସର ରେ ଗ୍ରାମ ପରିକ୍ରମା କରି ପରେ ନାମ ସଂକ୍ରିତନ ରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ ମୁନି, ଡିଜିଟାଲ ସେକ୍ରେଟାରୀ ସନ୍ତୋଷ ନାହାକ,ଶଶାଙ୍କ ଚର୍ଛି, ବିଚିତ୍ର ଦଳାଇ,ପ୍ରତାପ ପ୍ରଧାନ, ସନ୍ତୋଷ ପୋଲାଈ, ଗୌର ହରି ବେହେରା, ପ୍ରମୁଖ ନେତୃତ୍ୱ ନେଇଥିଲେ l ବାବନପୁର ଗ୍ରାମବାସୀ ପକ୍ଷରୁ ବିରାଟପତୁଆରେ ଅତିଥି ମାନଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ l ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦାପନା କରି ହୁଳହୁଳି ରେ ସ୍ୱାଗତ କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe