//BREAKING//
Loading...

ବାଲିସିରା ରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ର ବୈଠକ


ବାଲିସିରା ରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ର ବୈଠକ

ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ର ଏକ ସଂଗଠନିକ ବୈଠକ ବାଲିସିରା ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଦକ୍ଷିଣାଞ୍ଚଳ ଜୋନ ସଭାପତି ଭବାନୀ ଶଙ୍କର ମଲ୍ଲିକଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ସରପଞ୍ଚ ମହାସଂଘ, ଓଡିଶା ନିର୍ଦ୍ଦେଶ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଆସିକା ବ୍ଲକ ସରପଞ୍ଚ ସଂଘ ର ସଭାପତି ନୀଳାଞ୍ଚଳ ଗୌଡ଼, ବେଲଗୁଣ୍ଠା ସଭାପତି ସତ୍ୟବାନ ସାହୁ, ବେଗୁନିଆପଡା ରୁ ଶିବ ଶଙ୍କର ବେହେରା, ଭଞ୍ଜନଗର ସୁକାନ୍ତ କୁମାର ମଲ୍ଲିକ, ବୁଗୁଡ଼ା ର ସଞ୍ଜୟ କୁମାର ବିଶ୍ୱାଳ, ଛତ୍ରପୁର ଭଗବାନ ବେହେରା, ଦିଗପହଣ୍ଡି ମନୋଜ କୁମାର ଗୌଡ଼, ହିଞ୍ଜିଳି ରୁ ସୁରେଶ ବରାଡ଼, କବିସୂର୍ଯ୍ୟନଗର ରୁ ସତ୍ୟବାନ ସାହୁ, ଖଲିକୋଟ ରୁ ପ୍ରକାଶ ଶର୍ମା, କୁକୁଡାଖଣ୍ଡି ରୁ ଦେବାଶିଷ ସେଠୀ, ପୁରୁଷୋତ୍ତମପୁର ସୁଧାକର ଗୌଡ଼, ସାନଖେମୁଣ୍ଡି ରୁ ବର୍ଷା ରାଣୀ ସେଠୀ, ସୋରଡ଼ା ଦେବରାଜ ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସରପଞ୍ଚ ସଂଘ ର ସଭାପତି ରବି ରଥ ଯୋଗ ଦେଇ 73 ତମ ସମ୍ବିଧାନ ସଂଶୋଧନ ରେ ସରପଞ୍ଚ ମାନଙ୍କ ପ୍ରକୃତ କ୍ଷମତା ପ୍ରଦାନ କରାଯାଇଥିଲେ ମଧ୍ୟ ତାହାକୁ ପ୍ରଶାସନିକ ଅଧିକାରୀ ମାନେ କ୍ଷମତା କୁ ସଂକୋଚିତ କରିଦେଉଛନ୍ତି l ଆଜିର ଏହି ବୈଠକ ରେତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା କୁ ଅଣଦେଖା କରି ଅସମ୍ବିଧାନିକ ଭାବରେ ଖୁର୍ଣ୍ଣ ହୋଇଥିବା କାରଣ ରୁ ସରପଞ୍ଚ ମାନଙ୍କ 15 ଗୋଟି ଦାବୀ ରାଜ୍ୟସରକାର ଙ୍କୁ ଜଣାଇବା ନିମନ୍ତେ ସ୍ଥିର କରାଯାଇଛି l ସେଥିମଧ୍ୟରୁ ପଂଚାୟତ କୁ ଆସୁଥିବା 50 ଲକ୍ଷ ଆର୍ଥିକ ଅନୁଦାନ ରେ bdo ଙ୍କ କାଉଣ୍ଟର ଦସ୍ତଖତ ଉଛେଦ, ପଲ୍ଲୀ ସଭା, ଗ୍ରାମସଭା କୁ ଗୁରୁତ୍ୱ ଦେବା ସହ ପ୍ରକଳ୍ପ ଏବଂ ହିତାଧିକାରୀ ଚୟନ, ୱାର୍ଡ ସଭ୍ୟା ଦ୍ୱାରା ସରପଞ୍ଚ ମାନଙ୍କ ଅନାସ୍ଥା ପ୍ରସ୍ତାବ ହଟାଇବା, ଗ୍ରାମ ପଂଚାୟତ କୁ ବସୁଧା ଏବଂ ଆଲୋକ ପାଇଁ ସ୍ୱତନ୍ତ୍ର ଅନୁଦାନ, ସରପଞ୍ଚ ମାନଙ୍କ ପାରିଶ୍ରମିକ ସେବା 2350 ପରିବର୍ତ୍ତେ 30 ହଜାର ପ୍ରଦାନ, ସରପଞ୍ଚ କାର୍ଯ୍ୟ ରେ ରହି ମୃତ୍ୟୁ baran ହେଲେ ପରିବାର କୁ 50 ଲକ୍ଷ ପ୍ରଦାନ, ସାଧାରଣ ବଣ୍ଟନ ବ୍ୟବସ୍ଥା ଗ୍ରାମପଞ୍ଚାୟତ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଙ୍କ ନାମରେ ରଖିବା, ଗ୍ରାମପଞ୍ଚାୟତର ଆୟ ସମିତି ଖର୍ଚ୍ଚ ନକରି ପଂଚାୟତ ଖର୍ଚ୍ଚ କରିବ, ଗ୍ରାମ ପଂଚାୟତ ରେ ଥିବା ଗୋଚର ଜମିକୁ କିସମ ପରିବର୍ତ୍ତନ କରି ପଂଚାୟତ କୁ ହସ୍ତାନ୍ତର କରିବା, ସରପଞ୍ଚ ମାନଙ୍କ ପାଇଁ ସରପଞ୍ଚ ଭବନ ତିଆରି କରିବା, ଏଥି ନିମନ୍ତେ ଜମି ଓ ଅର୍ଥ ପ୍ରଦାନ କରନ୍ତୁ l ଆମ ଓଡ଼ିଆ, ନବୀନ ଓଡିଶା ର ଆର୍ଥିକ ଅନୁଦାନ ଗ୍ରାମସଭା ମାଧ୍ୟମରେ ପାରିତ ହୋଇ ପଂଚାୟତ ତଦାରଖ କରୁ, ପ୍ରାକୃତିକ ବିପର୍ଯୟ ସମୟ ରେ ରାସ୍ତା, ବାସ ଗୃହ, ଆବାସ ଘର ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ପଂଚାୟତ କୁ ଦିଆଯାଉ l ପଂଚାୟତ ସୁ ପରିଚାଳନା ନିମନ୍ତେ ଜଣେ ଡାଟା ଏଣ୍ଟ୍ରି ଅପେରେଟର ଦିଆ ଯାଉ l ଏଥି ସହିତ ପଂଚାୟତ ରେ କାର୍ଯ୍ୟରତ ପିଅନ ଏବଂ ରାତ୍ର ଜଗୁଆଳି ମାନଙ୍କ ପାରିଶ୍ରମିକ ମୂଲ୍ୟ ବର୍ଦ୍ଧିତ କରାଯାଉ l ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ମହିଳା ରାଜ୍ୟ ସମ୍ପାଦିକା କଳ୍ପନା ଭୋଳ ସମସ୍ଥ ଉପସ୍ଥିତ ସରପଞ୍ଚ ମାନଙ୍କୁ ସ୍ୱାଗତ କରିଥିଲେ l ଏହି ବୈଠକ ରେ ଜିଲ୍ଲା ର 22 ବ୍ଲକ ରୁ ଶତାଧିକ ମହିଳା ଓ ପୁରୁଷ ସରପଞ୍ଚ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ଆଇନଜୀବି ଅଜିତ ଚୌଧୁରୀ ସଂଯୋଜନା କରିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe