//BREAKING//
Loading...

ଚାଷୀଙ୍କୁ ଦୁଃଖ ଦେଇଗଲା ଶ୍ରାବଣ ମାସ ,ମରୁଡି ଆଶଙ୍କା

ଚାଷୀଙ୍କୁ ଦୁଃଖ ଦେଇଗଲା ଶ୍ରାବଣ ମାସ ,ମରୁଡି ଆଶଙ୍କା 

ଧାରା ଶ୍ରାବଣ ଚାଷୀଙ୍କୁ ନିରାଶ କରିଛି । ଗୋଟିଏ ନୁହେଁ ଯୋଡ଼ା ଶ୍ରାବଣ ମାସ ଯିବାପରେ ଭାଦ୍ରବ ମାସ ଆସିଛି। ଏତିକି ବେଳକୁ ଧାନ କ୍ଷେତ ହସିଲା ପୁରିଲା ଲାଗିବା ସହିତ ଧାନ ଗଛରେ ଯଦି ପୋକ ଲାଗିଥାଏ ତାହେଲେ ଭାଦ୍ରବ ମାସ ଖରାରେ ତାହା ସୁଧୁରି ଯାଆନ୍ତା। ହେଲେ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ।ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ର ଚାଷୀ ଅଭାବୀ ବର୍ଷା କୁ ନେଇ ଏବେ ଦୋଛକିରେ ପଡିଛନ୍ତି।ଶ୍ରାବଣ ମାସରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷୀ ମାନେ ଯେନ ତେନ ଭାବରେ ରୁଆରୁଇ କାମ ଆରମ୍ଭ କରିଥିଲେ। ଯେଉଁଠି ପାଣି ସମସ୍ୟା ଦେଖା ଦେଇଛି ସେଇଠି ଏ ପର୍ଯ୍ୟନ୍ତ ରୁଆ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଅନ୍ୟ ପଟରେ ତଳି କେଉଁଠି ବୁଢ଼ା ହେବାକୁ ବସିଲାଣି ତ କେଉଁଠି ତାତି ଗଲାଣି। ଚାଷୀ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଅମଳ ହେବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଧୀରେ ଧୀରେ ମାଉଳିବାକୁ ବସିଲାଣି । ବ୍ଲକର ବାହାରପୁର, ବରଡାବିଲି, ସିଙ୍ଗିପୁର, ଝାଡବନ୍ଧ, ଝରପାରି, ସାବା,ବଳରାମ ପୁର, ମାଣିକ ପୁର, ମଛାକୋଟ, ରୁଗୁମୁ, ଓଳମ୍ୱା,ଧରାକୋଟ ପ୍ରଭୃତି ପଞ୍ଚାୟତର ଅଧିକାଂଶ ଜମି ବର୍ଷା ଜଳ ଉପରେ ନିର୍ଭର କରେ। ବର୍ଷା ନଥିବା ଯୋଗୁଁ ବନ୍ଧ, ଗାଡିଆ,ପୋଖରୀ,ନାଳ ସବୁ ଶୁଖିଲା ପଡ଼ିଛି। ଚାଷ ତରତର ନ୍ୟାୟରେ ଯେତିକି ଜମି ରୂଆରୁଇ ହୋଇଥିଲା ତାହା ଫଟିଯାଇ ଆଁ କଲାଣି । ଆସନ୍ତା ଦୁଇ ତିନି ଦିନ ଭିତରେ ବର୍ଷା ନ ହେଲେ ମରୁଡି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବର ଲୋକକଥା ଧାରା ଶ୍ରାବଣ ଚାଷୀଙ୍କୁ ନିରାଶ କରିବା ସହ ଦୁଃଖ ଦେଇ ଚାଲି ଯାଇଛି । ଚାଷୀ ଏବେ ଜଳକା ହୋଇ ଆକାଶକୁ ଚାହିଁ ରହିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe